ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ

ବାସୁଦେବପୁର,୩।୭(ନାରାୟଣ ପ୍ରସାଦ ବାରିକ୍‌): ବାସୁଦେବପୁରରେ ଗତ କିଛିବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବିଭାଗ ଅଧୀନରେ ଆସୁଥିବା କାର୍ଯ୍ୟକୁ ତଦାରଖ କରାଯାଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାସୁଦେବପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। ବାଲିନଗର ଛକ ନିକଟରେ ଥିବା ଏହି କାର୍ଯ୍ୟାଳୟରେ ଜଣେ ଏସ୍‌ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଥିବାବେଳେ ବର୍ତ୍ତମାନ ସମସ୍ତ ପଦବୀ ଖାଲି ପଡ଼ିଛି। ୨୦୨୩ ନଭେମ୍ବରଠାରୁ ଏସ୍‌ଡିଓ ପଦବୀ ଫାଙ୍କା ପଡ଼ିଛି। ଏଠାରେ କାର୍ଯ୍ୟରତ ଏସ୍‌ଡିଓ ଅବସର ନେବା ପରେ ସ୍ଥାୟୀ ଏସ୍‌ଡିଓ ନାହାନ୍ତି। ପୂର୍ବରୁ ୨ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ୨୦୨୩ ନଭେମ୍ବରରେ ଅନ୍ୟ ଜଣେ ଯନ୍ତ୍ରୀ ଅବସର ନେବା ପରେ ତାହା ମଧ୍ୟ ଖାଲିପଡ଼ିଛି। ସାମୟିକ ଭାବେ ଚାନ୍ଦବାଲି ପୂର୍ତ୍ତ ବିଭାଗର ଏସ୍‌ଡିଓ ଏବଂ ଜଣେ ଯନ୍ତ୍ରୀ ବାସୁଦେବପୁର ବିଭାଗର ଦାୟିତ୍ୱ ଅସ୍ଥାୟୀ ଭାବେ ବୁଝୁଛନ୍ତି। ବାସୁଦେବପୁରରୁ ଚାନ୍ଦବାଲିର ଦୂରତା ପ୍ରାୟ ୭୦ କି.ମି.ରୁ ଊର୍ଦ୍ଧ୍ୱ। ଚାନ୍ଦବାଲିର ଏସ୍‌ଡିଓ ଓ ଯନ୍ତ୍ରୀ ବାସୁଦେବପୁରରେ ନିର୍ମାଣାଧୀନ ପ୍ରକଳ୍ପ ତଦାରଖ କରିବା କଷ୍ଟକର ହେଉଥିବା ସହ ସେମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁନାହିଁ। ଏଠାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ ଠିକ୍‌ ଭାବେ ହେଉନାହିଁ। ଫଳରେ ଏହାର ସୁଯୋଗରେ ଠିକାଦାରମାନେ ନିମ୍ନମାନର ଓ ମନମୁଖୀ କାର୍ଯ୍ୟ କରି ମୁନାଫା ଉଠାଉଛନ୍ତି। ଠିକାଦାରଙ୍କ କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀଙ୍କ କର୍ତ୍ତୃତ୍ୱ ରହୁ ନ ଥିବାରୁ ନିର୍ମାଣାଧୀନ ରାସ୍ତା, ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କମାରଗାଁ-ବାଲିମେଦ, ବେକମୋଡ଼ି-ଆରୁହା, ଇଚ୍ଛାପୁର- ବାସୁଦେବପୁର, ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ପ୍ରଶସ୍ତୀକରଣ ତଥା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଠିକ୍‌ ଭାବେ ଓ ନିୟମିତ ତଦାରଖ କରୁନାହାନ୍ତି। ରାସ୍ତାର ସୁରକ୍ଷା ପାଇଁ କମାରଗାଁ-ବାଲିମେଦ ରାସ୍ତାର ସାଇଡ୍‌ୱାଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ଏହି ଗାଡ୍‌ୱାଲ ପାଖରୁ ମାଟି ଖୋଳି ରାସ୍ତା ପାଖ ଖାଲ ପୂରଣ କରାଯାଉ ଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଠିକ୍‌ ଭାବେ ତଦାରଖ ହେଉ ନ ଥିବାରୁ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସେହିପରି ମନ୍ତେଇ ନଦୀର ଚାରିବାଟିଆ, କରଞ୍ଜଆଡ଼ିଆ ଘାଟ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍ଥାୟୀ ଏସ୍‌ଡିଓ ଓ ଯନ୍ତ୍ରୀ ନ ଥିବାରୁ ତଦାରଖ କରାଯାଇପାରୁ ନାହିଁ।
ଜଳସେଚନ ବିଭାଗର ଅବସ୍ଥା ମଧ୍ୟ ତଦୃପ। ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଏସ୍‌ଡିଓ ପଦବୀ ଖାଲିପଡ଼ିଛି। ସେହିପରି ଯନ୍ତ୍ରୀ ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ନିର୍ମାଣାଧୀନ ପ୍ରକଳ୍ପ ଠିକ୍‌ ରୂପରେଖ ନେଇପାରୁ ନାହିଁ। ବାସୁଦେବପୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହାର ସଂଖ୍ୟାଧିକ ପଞ୍ଚାୟତର ସୀମା ସିଧାସଳଖ ବଙ୍ଗୋପସାଗରକୁ ଭେଦ କରିଥିବା ବେଳେ ଐତିହାସିକ ଇଷ୍ଟକୋଷ୍ଟ କେନାଲ ମଧ୍ୟ ବାସୁଦେବପୁର ମଧ୍ୟଭାଗ ଦେଇ କୋଲକାତାର ହୁଗୁଳି ପର୍ଯ୍ୟନ୍ତ ଲମ୍ବିଛି। ଏହାର ସୁରକ୍ଷା ଓ ବଙ୍ଗୋପସାଗର କୂଳେ କୂଳେ ଥିବା ଲୁଣାବନ୍ଧର ସୁରକ୍ଷା ଦାୟିତ୍ୱ ଜଳସେଚନ ବିଭାଗ ଅଧୀନରେ ରହୁଥିବା ବେଳେ ବାସୁଦେବପୁର ଜଳସେଚନ ବିଭାଗର ଏସ୍‌ଡିଓ ପଦବୀ ବର୍ଷେରୁ ଊର୍ଦ୍ଧ୍ୱ ଖାଲିପଡ଼ିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଭଦ୍ରକ ଜିଲାର ଅଧୀକ୍ଷଣ ଯନ୍ତ୍ରୀ(ଏସ୍‌ଇ) ଦୀପକ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ବାସୁଦେବପୁରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଏସ୍‌ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବାରୁ ଉନ୍ନୟମୂଳକ କାର୍ଯ୍ୟ ତଦାରଖରେ ବାଧା ଉପୁଜୁଥିବା ସ୍ବୀକାର କରିଥିଲେ। ଏହି ପଦବୀ ପୂରଣ ପାଇଁ ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏହାସହ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏ ବାବଦରେ ଅବଗତ କରିଛନ୍ତି। ଏହି ପଦବୀ ସମେତ ଜିଲାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ...

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା...

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ।...

ବଡ଼ଦାଣ୍ଡରେ କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ, ଅଇଁଠା ଖଲି, ଚପଲ

ଭୁବନେଶ୍ୱର, ୮ା୭: ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଲାଘିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ। ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଅନୁଭବ ହୋଇଥିଲା ପ୍ରବଳ ଗରମ...

ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି

ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା...

ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ...

ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ...

ଅଟକିଥିବା ରଥ ପୁଣି ଗଡିଲା

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି। ଏହାପରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri