ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ ଶିଶୁ କନ୍ୟାକୁ ଚଞ୍ଚକତା କରି ଫେରାର ହୋଇଯିବ ଘଟଣା ଏବେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗ୍ରାମର ବିବାହିତା ମହିଳା ଆସନ୍ନ ପ୍ରସବା ମାମୁନି ମୁଣ୍ଡା (୧୯) ଗତ ୪ ତାରିଖରେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ନିଜର ଆଧାର ନମ୍ବରରେ ମୋବାଇଲ ନମ୍ବର ସଂଯୋଗ ପାଇଁ ଭଦ୍ରକ ମୁଖ୍ୟ ଡାକଘରକୁ ଆସିଥିଲେ l ପ୍ରସବ ଯନ୍ତ୍ରଣା ହେବାରୁ ଘରକୁ ଫେରି ପାରି ନ ଥିଲେ l ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲାବେଳେ ଜଣେ ଅଜଣା ମହିଳା ତାଙ୍କୁ ସାହାଯ୍ୟ କରିଥିଲେl ତାଙ୍କ ସହାୟତାରେ ରାତି ପ୍ରାୟ ୧୨ଟା ପରେ ଶିଶୁ କନ୍ୟାଟିଏ ଜନ୍ମ ଦେଇଥିଲେ l ପରେ ଭୋର ୪ଟାରେ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ମାତୃ ଶିଶୁ ବିଭାଗ ମେଡିକାଲକୁ ନେଇଥିଲେ।

ମହିଳାଙ୍କ ରକ୍ତ ଅଭାବ ହେତୁ ତାଙ୍କୁ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଇଥିଲା l ଉକ୍ତ ମହିଳା ମା’ ଛୁଆଙ୍କୁ ନେଇ କଟକ ମେଡିକାଲ ସାଙ୍ଗରେ ଯାଇଥିଲେ। ସେଠାରୁ ଡିସଚାର୍ଜ ହେବା ପରେ ରବିବାର ଟ୍ରେନ ଯୋଗେ ଭଦ୍ରକ ଆସିଥିଲେ। ଚରମ୍ପା ଷ୍ଟେଶନଠାରୁ ଏକ ଟ୍ରଲି ଯୋଗେ ବନ୍ତ ଛକ ଆସୁଥିବା ବେଳେ କିଛି ଦୂରରେ ଅସୁସ୍ଥ ମା’କୁ ରାସ୍ତାରେ ବସାଇ ଦେଇ ନବଜାତ ଶିଶୁକୁ ନେଇ ଉକ୍ତ ମହିଳା ପଳାଇଯାଇଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ ଝିଅକୁ ନ ପାଇ, ମହିଳା ଜଣକ ପୁଣି ପୋଷ୍ଟ ଅଫିସ ଛକକୁ ଆସି ବହୁ ଖୋଜାଖୋଜି କରିଥିଲେ। ଛୁଆକୁ ନ ପାଇ ନିରାଶ ହୋଇ କାନ୍ଦୁଥିଲାବେଳେ ଘଟଣା ଲୋକଲୋଚନକୁ ଆସିଥିଲା l ପରେ ସଖି ୱାନ ଷ୍ଟପ ସେଣ୍ଟରରେ ମାମୁନିକୁ ନେଇ ରଖାଯାଇଥିଲା। ମଙ୍ଗଳବାର କାଉସେଲିଂ ପରେ ଶିଶୁ ସୁରକ୍ଷା ସମିତି ସହଯୋଗରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି l

ମହିଳା ଜଣକ ନିରକ୍ଷର ହୋଇଥିବା ବେଳେ ଅସୁସ୍ଥତା ଦୃଷ୍ଟିରୁ ଠିକ ଭାବେ କୌଣସି କଥା କହିପାରୁନାହାନ୍ତି l ପିଲା ନେଇଯାଇଥିବା ମହିଳା ଘର ଓ ପରିଚୟ ଜାଣି ନ ଥିବା କହିଛନ୍ତି l ଏପରି ସଙ୍ଗୀନ ଅଭିଯୋଗ ରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ କହିଛନ୍ତି l

୍‌


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri