Categories: ଜାତୀୟ

ବିହାର ଭାଗଲପୁରରେ ସିରିଏଲ ବିସ୍ଫୋରଣ: ୪ ମୃତ, ୧୨ ଆହତ

ଭାଗଲପୁର,୪ ।୩: ବିହାରର ଭାଗଲପୁରରେ ଗୁରୁବାର ରାତିରେ ସିରିଏଲ ବିସ୍ଫୋରଣ ହୋଇଛି । ଯାହା ଫଲରେ ସାରା ସହର ଥରି ଉଠିଛି । ବିସ୍ଫୋରଣ ଏତେ ଅଧିକ ଥିଲା ସେ ଏହାର ଶବ୍ଦ ସାରା ସହରକୁ ଶୁଭିଥିବା ବେଳେ ଏଥିରେ ୨-୪ଟି ଘର କ୍ଷତିଗ୍ରସ୍ତ ହୋଇଛି । ଏହି ବୋମା ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଭାଗଲପୁର ରେଞ୍ଜର ଡିଆଇଜି ସୁଜିତ କୁମାର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଏହି ବିସ୍ଫୋରଣ ବାରୁଦ, ବାଣ ଓ ଦେଶୀ ବୋମା ଯୋଗୁ ହୋଇଛି । ତେବେ ଯାଞ୍ଚ ପରେ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରଯାଇଛି ।

Share