Posted inଜାତୀୟ

ତୃତୀୟ ଥର ପାଇଁ ଭୁଶୁଡ଼ିଲା ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ୍‌, ପାଣିରେ ପଡ଼ିଲା ୧୭୧୦ କୋଟି ଟଙ୍କାର ଯୋଜନା

ପାଟ୍‌ନା,୧୭ା୮: ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍‌ ଭଶୁଡ଼ି ପଡ଼ିଛି।  ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍‌ ବିଶିଷ୍ଟ ଏହି ବ୍ରିଜ୍‌ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। ସୁଲତାନଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ ନଅରୁ ଦଶ ନମ୍ବର ପିଲାର୍‌ ମଧ୍ୟରେ ଥିବା ଅଂଶ ଗଙ୍ଗା ନଦୀରେ ଖସିପଡ଼ିଛି। ଏସ୍‌ପି ସିଙ୍ଗଲା କମ୍ପାନୀ ଏହି ମହାସେତୁ ନିର୍ମାଣକରୁଛି। ଖାଗରିଆ ଏବଂ ଭାଗଲପୁର ଜିଲାକୁ ସଂଯୋଗ କରିବା ପାଇଁ ଭାଗଲପୁର ଜିଲାର ସୁଲତାନଞ୍ଜରେ ଏହି ବ୍ରିଜ୍‌ ନିର୍ମାଣ କରାଯାଉଛି।

ଏହାପୂର୍ବରୁ ୪ ଜୁନ୍‌ ୨୦୨୩ରେ ସୁଲତାନଗଞ୍ଜ-ଆଗଓ୍ବାନି ବ୍ରିଜ୍‌ ଗଙ୍ଗା ନଦୀରେ ପଡ଼ିଥିଲା। ନିର୍ମାଣାଧୀନ ବ୍ରିଜ୍‌ର ଗଠନ ଯୋଗୁ ଏହା ପଡ଼ିଯାଇଥିଲା। ଏହି ସମୟରେ ବ୍ରିଜ ଉପରେ ଡ୍ୟୁଟିରେ ଥିବା ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ବ୍ରିଜ୍‌ଟି ପ୍ରାୟ ୨୦୦ ମିଟିର ପର୍ଯ୍ୟନ୍ତ ଖସିପଡ଼ିଥିଲା।

ଏହାପୂର୍ବରୁ ୨୭ ଏପ୍ରିଲ ୨୦୨୨ରେ ମଧ୍ୟ ବ୍ରିଜ୍‌ଟି ଖସିପଡ଼ିଥିଲା ପ୍ରବଳ ଝଡ଼ ଓ ବର୍ଷା ହେତୁ ପ୍ରାୟ ୧୦୦ ଫୁଟ ଲମ୍ବର ଅଂଶ ନଦୀରେ ପଡ଼ିଯାଇଥିଲା। ତେବେ ସେହି ସମୟରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ଏହା ପରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା। ଏଥର ଏହି ମହାସେତୁର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇସାରିଥିଲା। ଠିକ୍‌ ଏହି ସମୟରେ ମଧ୍ୟ ଏହା ଭୁଶୁଡ଼ି ପଡ଼ିଛି।

ସୂଚନାଯୋଗ୍ୟ, ଭାଗଲପୁର-ସୁଲତାନଗଞ୍ଜ ବ୍ରିଜ ଉତ୍ତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରୁଥିବା ବିହାର ସରକାରଙ୍କ ଏକ ଉଚ୍ଚକୋଟୀର ପ୍ରକଳ୍ପ। ଏହି ପ୍ରକଳ୍ପର ପ୍ରାରମ୍ଭିକ ମୂଲ୍ୟ ୧୭୧୦.୭୭ କୋଟି ଟଙ୍କା ଥିଲା। ୨୩ ଫେବୃଆରୀ ୨୦୧୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମୂଳଦୁଆ ପକାଇଥିଲେ। ଏହି ବ୍ରିଜ୍‌ ଏବଂ ରାସ୍ତା ନିର୍ମାଣ ସହିତ ଏନ୍‌ଏଚ୍‌ ୩୧ ଏବଂ ଏନ୍‌ଏଚ୍‌ ୮୦ ସଂଯୋଗ ହେବ। ଏହି ବ୍ରିଜ୍‌ର ଲମ୍ବ ୩.୧୬୦ କିଲୋମିଟର ହୋଇଥିବା ବେଳେ ଆପ୍ରୋଚ୍‌ ରୋଡ୍‌ର ଦୈର୍ଘ୍ୟ ୨୫ କିଲୋମିଟର।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗୁଳିରେ ବଳାତ୍କାର ଅଭିଯୁକ୍ତଙ୍କ ମୃତ୍ୟୁ

ମୁମ୍ବାଇ,୨୩ା୯:ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା...

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି...

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ...

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri