ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କେପିଟିରେ ଶ୍ରୀ ଶ୍ରୀ ଭାଗବତ ସ୍ବାମୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଭାଗବତ ଗାଦି ସ୍ଥାପନ ସହ ଘୃତଯଜ୍ଞ, ଅନ୍ନଯଜ୍ଞ ଏବଂ ଚବିଶି ପ୍ରହର ନାମ ଯଜ୍ଞ ଚାଲିଛି। ଗତ ୨୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୩ରେ ଉଦ୍ଯାପିତ ହେବ। ଦଦରାଖୋଲ, ଜିଲିବା, ଖମାରପଲ୍ଲୀ, ଚାରିକୋଣିଆ, କେପିଟି ନାମଯଜ୍ଞ ଦଳ ନାମ ପରିବେଷଣ କରୁଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଠାକୁରଙ୍କ ଦର୍ଶନ ଲାଭ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବିନୟ କୁମାର ନାୟକ ଏବଂ ସଙ୍ଗୀତା କୁମାରୀ ନାୟକ ଯୋଗ ଦେଇଛନ୍ତି।