Posted inଫୁରସତ

ଏହି ଅଭିନେତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ଭଗତ ସିଂ

ଭାରତର ସ୍ବାଧୀନତା ସଂଗ୍ରାମରେ ଶହୀଦ୍‌ ଭଗତ ସିଂ ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ତାଙ୍କୁ ଜାତୀୟତାବାଦୀ ଆନ୍ଦୋଳନର ଅନ୍ୟତମ ପ୍ରଭାବଶାଳୀ ବିପ୍ଳବୀ ଭାବରେ ବିବେଚନା କରାଯାଏ। ଭଗତ ସିଂ ସେପ୍ଟେମ୍ବର ୨୮ ୧୯୦୭ରେ ଅବିଭକ୍ତ ଭାରତର ଲାୟଲପୁର ଜିଲା(ବର୍ତ୍ତମାନ ପାକିସ୍ତାନ)ର ବଙ୍ଗାରେ ଜନ୍ମ ହୋଇଥିଲେ। ତାଙ୍କ ପୈତୃକ ଗାଁ ହେଉଛି ଖଟକଡ କାଲାଁ ଯାହା ପଞ୍ଜାବ (ଭାରତ)ରେ ଅଛି। ମାର୍ଚ୍ଚ ୨୩, ୧୯୩୧ରେ ଭଗତ ସିଂ, ତାଙ୍କର ବୈପ୍ଳବିକ ସହକର୍ମୀ ସୁଖଦେବ ଏବଂ ରାଜଗୁରୁଙ୍କ ସହିତ ହସି ହସି ଫାଶୀ ଦେଇଥିଲେ ସେତେବେଳକୁ ତାଙ୍କ ମାତ୍ର ୨୩ ବର୍ଷ ହୋଇଥିଲା।
ଯୁବକମାନେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି। ସେମାନେ ଚଳଚ୍ଚିତ୍ର ମାଧ୍ୟମରେ ମଧ୍ୟ ବିଶେଷ ଅନୁପ୍ରାଣିତ ଅଟନ୍ତି। ଭଗତ ସିଂ ମଧ୍ୟ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ସେ ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଚାର୍ଲି ଚାପଲିନଙ୍କ ଚଳଚ୍ଚିତ୍ରକୁ ଦେଖିବାକୁ ପସନ୍ଦ କରୁଥିଲେ। ସେ ନିଜ ପକେଟ୍‌ ଖର୍ଚ୍ଚରୁ ବଳକା ଟଙ୍କାରେ ଚାର୍ଲି ଚାପଲିନଙ୍କ ଚଳଚ୍ଚିତ୍ର ଦେଖୁଥିଲେ। ଭଗତ ମିଠା ଖାଇବାକୁ ମଧ୍ୟ ଭଲ ପାଉଥିଲେ। ମିଠା ଭିତରେ ସେ ରସଗୋଲା ଖାଇବାକୁ ବେଶ୍‌ ପସନ୍ଦ କରୁଥିଲେ। ନିଜ ବନ୍ଧୁମାନଙ୍କ ସହ ମିଶି ମିଠା ଖାଇବାକୁ ଯାଉଥିଲେ। ସବୁବେଳେ ଲମ୍ବା ଜୋତା ପିନ୍ଧିବା ଭଗତ ସିଂ ଏକ ନିଶା ଥିଲା। ଅମୃତସରରେ ଥିବା ମ୍ୟୁଜିୟମରେ ତାଙ୍କ ଲମ୍ବା ଜୋତା ପିନ୍ଧା ଫଟୋ ସବୁ ସ୍ଥାନିତ ହୋଇଛି।
ସାଧାରଣତଃ କ୍ରାନ୍ତିକାରୀ ବ୍ୟକ୍ତିମାନେ ପରିବାର ଅପେକ୍ଷ ନିଜ ଦେଶକୁ ଅଧିକ ଭଲ ପାଆନ୍ତି। କିନ୍ତୁ ଭଗତ ସିଂ ଦେଶ ସହ ନିଜ ପରିବାରକୁ ମଧ୍ୟ ବେଶ୍‌ ସମ୍ମାନ ଦେଉଥିଲେ। ପୁଅର ଫାଶୀ ଖବର ଶୁଣି ଭଗତ ସିଂଙ୍କ ମା’ ଗୁରୁଦ୍ୱାରରେ ଏକ ପାଠଚକ୍ର କରାଇଥିଲେ। ଏହା ଜାଣିବା ପରେ ଭଗତ ସିଂ ନିଜ ମା’ଙ୍କ ସହ ଏନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri