ବିଲୁପ୍ତର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ

ଖଣ୍ଡପଡ଼ା,୨୧ା୯(ଅଜୟ କୁମାର ମହାରଣା): ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ ନୟାଗଡ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।      ଏ ସଂକ୍ରାନ୍ତରେ ସେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ପରିବେଶ ସୁରକ୍ଷା ପାଇଁ ଜଙ୍ଗଲର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ଼, ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି। ଅନେକ ପଥର ବ୍ୟବସାୟୀ, ପଥର କ୍ୱାରି ନିଲାମ ନ ନେଇ ମଧ୍ୟ ବିଭିନ୍ନ ନୀତି ନିୟମକୁ ଉଲ୍ଲଂଘନ କରି ପାହାଡରୁ ଚୋରାରେ ପଥର ଲୁଟୁଥିବା ଅଭିଯୋଗ ହେଉଛିି। ଏଥିଯୋଗୁ ପୁରାତନ ଯୁଗର କୀର୍ତ୍ତିବହନ କରୁଥିବା ଅନେକ ପାହାଡ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚିଲାଣି। ସେଥିମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋ ଗ୍ରାମ ନିକଟ ଐତିହ୍ୟସମ୍ପନ୍ନ ଭାଗବତ ମୁଣ୍ଡିଆ ପାହାଡ଼ ନିଜର ସତ୍ତା ହରାଇବାକୁ ବସିଛି।

ପ୍ରକାଶ ଯେ, କଣ୍ଟିଲୋ ନୀଳମାଧବ ଜୀଉ ପର୍ଯ୍ୟଟନ କ୍ଷେତ୍ର ନିକଟସ୍ଥ ଭାଗବତ ମୁଣ୍ଡିଆ ଏକ ଆଧ୍ୟାତ୍ମିକ, ସାଂସ୍କୃତିକ ତଥା ସାମାଜିକ ସଦ୍‌ଭାବନାର ସ୍ଥଳୀ। ଭାଗବତ ମୁଣ୍ଡିଆର ଶୀର୍ଷ ଦେଶରେ ଏକ ପଥର ଗୁମ୍ପାରେ ଭାଗବତ ଠାକୁର ଦୀର୍ଘ ବର୍ଷରୁ ପୂଜା ପାଇ ଆସୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଏହି ପାହାଡଟି ଅଞ୍ଚଳବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ଭାଦ୍ରବ ମାସ ପୂର୍ଣ୍ଣମୀ ତିଥି ଭାଗବତ ଜନ୍ମ ଦିବସରେ ପାହାଡ ଶୀର୍ଷରେ ଠାକୁରଙ୍କ ନିକଟରେ ଆଧ୍ୟାତ୍ମବାଦୀ ମହିଳା ପୁରୁଷମାନେ ଏକାଠି ହୋଇ ପୂଜାର୍ଚ୍ଚନା ସହ ଭାଗବତ ପଠନ କରିଥାନ୍ତି। ସେହିପରି ରଜ ପର୍ବ ସମୟରେ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳର ଝିଅପୁଅମାନେ ଘରୁ ମୁଢି, ମୁଆଁ, ଉଖୁଡା, ପିଠା ଆଦି ଧରି ଭାଗବତ ମୁଣ୍ଡିଆ ଓ ଏହି ପାହାଡ ନିକଟରେ ଥିବା ଆମ୍ବ ତୋଟାରେ ଏକାଠି ହୋଇଥାନ୍ତି। ସେଠାରେ ଗଛ ଡାଳରେ ରଜଦୋଳି ଖେଳ, ରଜଗୀତ ଗାଇ ମଜା ଉଠାଇଥାଆନ୍ତି। ଖେଳ ନାଚକୁଦ ପରେ ଘରୁ ନେଇଥିବା ପିଠାପଣା ପରସ୍ପର ମଧ୍ୟରେ ଦିଆନିଆ କରି ଖାଇଥାଆନ୍ତି। ଏହା ଦ୍ୱାରା ଭଉଣୀ ଭାଇ ମଧ୍ୟରେ ଆତ୍ମୀୟତା ଗଢି ଉଠିଥାଏ। ସେହିପରି ବର୍ଷା ଋତୁରେ ବର୍ଷାର ଅଭାବଜନିତ ମରୁଡି ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଏହି ଭାଗବତ ମୁଣ୍ଡିଆରେ ଗିରି ଗୋବର୍ଦ୍ଧନ ଓ ଇନ୍ଦ୍ରପୂଜା କରାଯାଇଥାଏ। ଫଳରେ ପରିବେଶ ସୁରକ୍ଷା ସହିତ ସାମାଜିକ କ୍ଷେତ୍ରରେ ଭାଗବତ ମୁଣ୍ଡିଆର ସ୍ଥିିତି ଗୁରୁ୍‌ତ୍ୱ ବହନ କରିଥାଏ। ଏହାଛଡା ଏହି ପାହାଡକୁ ଲାଗି ‘ସେରେଣ୍ଡା‘ ନାମକ ଏକ ବିରାଟ ପଥର ରହିଛି। ଏହି ପଥରରେ ଥିବା ଏକ ଖାଲରେ ବର୍ଷା ଦିନରେ ଜମା ହୋଇ ରହୁଥିବା ପାଣିକୁ ଜଙ୍ଗଲର ଜୀବଜନ୍ତୁ ସହିତ ଅନେକ ସମୟରେ ତୃଷାର୍ତ୍ତ ମଣିଷ ମଧ୍ୟ ବାଧ୍ୟ ହୋଇ ତୃଷ୍ଣା ମେଣ୍ଟାଉଥିଲା। ମାତ୍ର ପରିତାପର ବିଷୟ ବର୍ତ୍ତମାନ ପଥର ବ୍ୟବସାୟୀମାନେ ରାଜସ୍ବ ବିଭାଗ ପକ୍ଷରୁ କ୍ୱାରି ନିଲାମ ନେଇ ସଂପୃକ୍ତ ପାହାଡରୁ ପଥର ଚାଲାଣ କରିବା ସହିତ ଜାଳକାଠ ପାଇଁ ପାହାଡରେ ଥିବା ଗଛ ସବୁକୁ ଲୋକେ କାଟି ନେଉଛନ୍ତି। ଫଳରେ ଜଙ୍ଗଲର ଦ୍ରୁତ ଅବକ୍ଷୟ ସାଙ୍ଗକୁ ଆସ୍ତେ ଆସ୍ତେ ଜଙ୍ଗଲ ପାହାଡରୁ ପଥର,ମୋରମ କମିବାରେ ଲାଗିଛି। ଏହି ମୁଣ୍ଡିଆରୁ ବର୍ଷବର୍ଷ ଧରି ଲଘୁ ଖଣିଜ ସମ୍ପଦ ଲୁଟ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନେ ଟ୍ରାକ୍ଟର ଯୋଗେ ପଥର, ମୋରମ ଆଦି ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି। ସେମାନଙ୍କ ଲୋଲୁପ ଦୃଷ୍ଟି ଉକ୍ତ ମୁଣ୍ଡିଆ ଉପରେ ପଡିବା ପରେ ସମୟାନୁକ୍ରମେ ଏହା ଶ୍ରୀହୀନ ହୋଇଯାଇଥିବା ପରିଲକ୍ଷିତ ହେଉଛି। ଐତିହାସିକ ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ତହସିଲ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ବେଳେ ପ୍ରଶାସନିକ ଉଦାସୀନତାର ସୁଯୋଗ ନେଇ ଏହି ଚୋରାବ୍ୟବସାୟୀମାନେ ମୁଣ୍ଡିଆରୁ ଅବାଧରେ ଖଣିଜ ସମ୍ପଦ ଲୁଟି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥ ପଡାର...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

ଆସନ୍ତା  ୨୩ରେ ପ୍ରଗତି ପଥ ମହୋତ୍ସବ: ଏହି ବ୍ୟକ୍ତି ବିଶେଷ ହେବେ ସମ୍ମାନିତ

ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଓ ଦ୍ଵିତୀୟ ପୂଣ୍ୟତିଥୀ ଅବସରରେ ଆସନ୍ତା ୨୩ ତାରିଖ ବୁଧବାର...

ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ

ଭୋଗରାଇ,୧୯।୧୦( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ...

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri