Categories: ଜାତୀୟ

୧୦୫ବର୍ଷ ବୟସରେ ଚତୁର୍ଥ ପାସ୍‌ କରି ରେକର୍ଡ ସୃଷ୍ଟି କରିଥିବା ଭାଗିରଥୀ ଅମ୍ମାଙ୍କ ପରଲୋକ

କୋଲ୍ଲାମ,୨୩।୭: କେରଳ କୋଲ୍ଲାମ ଜିଲାର ପ୍ରକ୍କୁଲମ ବାସିନ୍ଦା ତଥା ଭାରତୀୟ ନାରୀ ଶକ୍ତି ପୁରସ୍କାର ବିଜେତା ଭାଗିରଥୀ ଅମ୍ମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ୧୦୫ବର୍ଷ ବୟସରେ ଭାଗିରଥୀ ଅମ୍ମା ଚତୁର୍ଥ ପାସ୍‌ କରି ସର୍ବାଧିକ ବୟସର ଛାତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କେରଳର ସ୍ବାକ୍ଷରତା ମିଶନର ଇତିହାସରେ ଭଗିରଥୀ ଅମ୍ମା ସମକକ୍ଷ ଶିକ୍ଷା ହାସଲ କରିବା ବ୍ୟକ୍ତିତ୍ୱରେ ସାମିଲ ହୋଇଛନ୍ତି ବୋଲି ସ୍ବାକ୍ଷରତା ମିଶନର ନିର୍ଦ୍ଦେଶକ ପି.ଏସ୍‌ ଶ୍ରୀକଲା କହିଥିଲେ।

ତେବେ କେରଳର ସ୍ବାକ୍ଷରତା ମିଶନ ଦ୍ୱାରା ଆୟାଜିତ ପରୀକ୍ଷାରେ ଅମ୍ମା ୭୪.୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଉକ୍ତ ପରୀକ୍ଷାରେ ସେ ଗଣିତରେ ସମ୍ପୂର୍ଣ୍ଣ ୧୦୦ମାର୍କ ରଖିଥିଲେ। ଏହାପରେ ସପ୍ତମର ସମକକ୍ଷ ପରୀକ୍ଷା ପାଇଁ ସେ ପ୍ରସ୍ତୁତ ହେଉଥିଲେ। ହେଲେ ଗୁରୁବାର ବିଳମ୍ବିତ ରାତ୍ରି ୧ଟା ୫୫ମିନିଟ୍‌ରେ ତାଙ୍କ ବସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନ କି ବାତ୍‌ କାର୍ଯ୍ୟକ୍ରମରେ ଅମ୍ମାଙ୍କ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇଥିଲେ।

Share