ଚଣ୍ଡିଗଡ,୧୧।୩: ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଗଓ୍ବନ୍ତ ମାନ ଶନିବାର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିବେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଶୁକ୍ରବାର ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ। ତେବେ କ୍ୟାବିନେଟ ବୈଠକ ପରେ ଚନ୍ନି ତାଙ୍କ ଇସ୍ତଫା ପତ୍ର ଦେବେ ବୋଲି ଜଣାପଡିଛି।
ଭଗଓ୍ବନ୍ତ ଆଜି ଏଏପିର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲଙ୍କୁ ଭେଟିବେ। ଭଗଓ୍ବନ୍ତଙ୍କ ପୈତୃକ ଗାଁରେ ଶପଥ ଗ୍ରହଣ କରବାର କାର୍ଯ୍ୟକ୍ରମ ରହିଛି।