ଚଣ୍ଡିଗଡ,୩୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅଙ୍କୁ ଖଲିସ୍ଥାନୀ ସଂଗଠନ ପକ୍ଷରୁ ଧମକ ମିଳିଛି। ତେବେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ତାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଟୁଇଟ୍ କରି ଅନୁରୋଧ କରିଛନ୍ତି।
ଭଗବନ୍ତ ମାନଙ୍କ ପ୍ରଥମ ସ୍ତ୍ରୀ, ପୁଅ ଏବଂ ଝିଅ ସୀରାତ କୌର ମାନ ଦୀର୍ଘ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନରେ ଖାଲିସ୍ତାନୀ କ୍ରୋଧିତ ହୋଇ ମାନଙ୍କ ଝିଅଙ୍କୁ ଫୋନ ଯୋଗେ ଧମକ ଦେଇଥିବା ଜଣାପଡିଛି। ଅନ୍ୟପଟେ, ଏହି ଘଟଣାକୁ ନେଇ ଆମେରିକା, କାନାଡା ଓ ଇଂଲଣ୍ଡରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀମାନେ ବିକ୍ଷୋଭ କରୁଛନ୍ତି। ଏହି ସମୟରେ ସେମାନେ ମାନଙ୍କ ଝିଅଙ୍କୁ ଟର୍ଗେଟ କରିଛନ୍ତି।