Categories: ଜାତୀୟ

ଶପଥ ଗ୍ରହଣ ଉତ୍ସବକୁ ହଳଦିଆ ପଗଡି ପିନ୍ଧି ଆସିବାକୁ ଅନୁରୋଧ କଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୪।୩:ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ ୧୬ରେ ଶପଥ ନେବେ ଆମ ଆଦମୀ ପାର୍ଟି ନେତା ଭଗଓ୍ବନ୍ତ ମାନ। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପଞ୍ଜାବର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ମାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆସନ୍ତୁ ସମସ୍ତେ ଶହୀଦ ଭଗତ ସିଂ ଜୀଙ୍କର ସ୍ବପ୍ନର ପଞ୍ଜାବ ପ୍ରସ୍ତୁତ କରିବା। ମୁଁ ଆପଣଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି ଯେ ମାର୍ଚ୍ଚ ୧୬ ବୁଧବାର ଖଟକର କଲାନରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି। ମାର୍ଚ୍ଚ ୧୬ ମୁଁ ମୋର ଭାଇମାନଙ୍କୁ ହଳଦିଆ ପଗଡି ପିନ୍ଧିବାକୁ ଏବଂ ଭଉଣୀମାନଙ୍କୁ ହଳଦିଆ ଷ୍ଟଲ୍‌ ପକାଇ ଆସିବାକୁ ଅନୁରୋଧ କରୁଛି। ଆମେ ସେଦିନ ଖଟକର କଲାନକୁ ‘ବାସନ୍ତୀ ରଙ୍ଗ’ରେ ସଜାଇବା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭଗଓ୍ବନ୍ତ ମାନ ମାର୍ଚ୍ଚ ୧୬ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପରେ ତାଙ୍କ। କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିରେ ୧୭ ଜଣ ସଦସ୍ୟ ରହିବେ। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୧୧୭ଟି ସିଟ ମଧ୍ୟରୁ ୯୨ଟି ଜିତିଛି। ଧୁରୀ ବିଧାନସଭା ଆସନରୁ ମାନ ଜିତିବାରେ ସଫଳ ହୋଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ଦଲଭୀର ସିଂ ଗୋଲ୍ଡିଙ୍କୁ ୫୮,୨୯୬ ଭୋଟରେ ପରାସ୍ତ କରିଛନ୍ତି। ଭୋଟରଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏଏପିର ସିପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଏବଂ ମାନ ରବିବାର ଅମୃତସରରେ ଏକ ରୋଡ ଶୋ କରିଥିଲେ।

Share