Categories: ଜାତୀୟ

ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ

ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି। ପଞ୍ଜାବର ସରକାରୀ ସ୍କୁଲର ୩୬ଜଣ ପ୍ରିନ୍ସିପାଲ ସରକାରୀ ଖର୍ଚ୍ଚରେ ଏକ ସପ୍ତାହ ପାଇଁ ଶନିବାର ସିଙ୍ଗାପୁର ଯିବେ। ସେଠାରେ ଶିକ୍ଷକ ତାଲିମ ପ୍ରୋଗ୍ରାମ୍‌ରେ ଉକ୍ତ ଶିକ୍ଷକମାନେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି। ସୂଚନା ମୁତାବକ, ଗତ ବର୍ଷ ପଞ୍ଜାରେ ବିଧାନସଭା ନିର୍ବାଚନରେ ଏଏପି ପ୍ରତିଶ୍ରୁତି ଦେଇଥିଲା ଯେ, ଯଦି ଶାସନ କ୍ଷମତାକୁ ଆସନ୍ତି ତେବେ ସେମାନେ ରାଜ୍ୟର ଶିକ୍ଷା ପ୍ରଣାଳୀକୁ ମୂଳରୁ ପରିବର୍ତ୍ତନ କରିବେ। ବର୍ତ୍ତମାନ ମାନଙ୍କ ସରକାର ଏହି ଏଜେଣ୍ଡା ଉପରେ କାମ କରୁଛି।

Share