Categories: ଜାତୀୟ

‘ମନ୍ତ୍ରୀଙ୍କ ପାଇଁ ମାନ ଟାର୍ଗେଟ୍‌ ସେଟ୍‌ କରିଛନ୍ତି, ବିଫଳ ହେଲେ … ’

ଚଣ୍ଡିଗଡ଼,୨୦।୩: “ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ତାଙ୍କ କ୍ୟାବିନେଟ୍‌ରେ ସାମିଲ କରିଥିବା ପ୍ରତ୍ୟେକ ମନ୍ତ୍ରୀଙ୍କ ପାଇଁ ଟାର୍ଗେଟ ନିର୍ଦ୍ଧାରିତ କରିଛନ୍ତି। ଯଦି ଟାର୍ଗେଟ ପୂରଣ ନ ହୁଏ, ତେବେ ଲୋକେ ମନ୍ତ୍ରୀଙ୍କୁ ବିଦା କରିବାକୁ ଦାବି କରିପାରିବେ”। ଆମ ଆଦମି ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର ଏଭଳି କହିଛନ୍ତି।

ମୋହାଲିଠାରେ ବସିଥିବା ଦଳୀୟ ବିଧାୟକ ବୈଠକରେ ଏଏପି ଜାତୀୟ କନଭେନର କେଜରିଓ୍ବାଲ କହିଛନ୍ତି, ବିଧାୟକ କେବଳ ଚଣ୍ଡିଗଡ଼ରେ ବସି ରହିବା ଉଚିତ ନୁହେଁ। ଦଳୀୟ ମନ୍ତ୍ର ହେଉଛି ପ୍ରତ୍ୟେକ ବିଧାୟକ ଲୋକଙ୍କ ସହ ରହିବେ ଏବଂ ଗାଁ ଗାଁ ବୁଲିବେ। ପଞ୍ଜାବବାସୀ ଏବେ ହୀରା ବଛିଛନ୍ତି। ଭଗଓ୍ବନ୍ତ ମାନଙ୍କ ନେତୃତ୍ୱରେ ଆମକୁ ଏକ ୯୨ ଜଣିଆ ଦଳ ଭାବେ କାମ କରିବାକୁ ପଡ଼ିବ। ମୁଁ କେବଳ ତାଙ୍କ ବଡ଼ ଭାଇ। ଦିଲ୍ଲୀରେ ପ୍ରତ୍ୟେକ ବିଧାୟକ ଏବଂ ମନ୍ତ୍ରୀଙ୍କ ଅଞ୍ଚଳରେ ସର୍ଭେ କରାଯାଏ। ଗତ ଥର ୨୧ରୁ ୨୨ ବିଧାୟକଙ୍କ ବିରୋଧରେ ନେଗେଟିଭ ଫିଡ୍‌ବ୍ୟାକ ମିଳିଥିଲା। ସେମାନଙ୍କ ଟିକେଟ୍‌ ବାତିଲ କରି ଅନ୍ୟମାନଙ୍କୁ ଟିକେଟ୍‌ ଦିଆଯାଇଥିଲ। ସେମାନେ ମଧ୍ୟ ଜିତିଥିଲେ।

Share