Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟିଲେ ଭଗଓ୍ବନ୍ତ

ଚଣ୍ଡିଗଡ,୧୨।୩: ପଞ୍ଜାବରେ ଆମ ଆଦାମୀ ପାର୍ଟି (ଏଏପି) ବିପୁଳ ପରିମାଣରେ ବିଜୟ ହୋଇଛି। ଭଗଓ୍ବନ୍ତ ମାନ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ସେ ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଗଓ୍ବନ୍ତ ମାନ ଶନିବାର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିଛନ୍ତି।

 

Share