Categories: ଜାତୀୟ

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ, ୧୬।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭଗଓ୍ବନ୍ତ ମାନ। ସ୍ବାଧୀନତା ସଂଗ୍ରାମୀ ଭାଗତ ସିଂଙ୍କ ପୈତୃକ ଗ୍ରାମ ଖଟ୍‌କର କଲାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଭାପତି ଅରବିନ୍ଦ କେଜ୍‌ରିୱାଲ ଉପସ୍ଥିତ ରହିବେ। ଏହା ପୂର୍ବରୁ ମାର୍ଚ୍ଚ ୧୩ରେ ଏଏପି ସଂଯୋଜକ କେଜ୍‌ରିୱାଲଙ୍କ ସହ ଅମୃତସରରେ ରୋଡ ଶୋ’କରିଥିଲେ।

Share