ଗାନ୍ଧିନଗର,୧୭।୩: ଗୁଜୁରାଟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ଭାଗବତ ଗୀତାକୁ ବିଷୟର ଏକ ଅଂଶ ଭାବେ ସାମିଲ କରାଯିବ। ଏ ନେଇ ଗୁଜରାଟ ଶିକ୍ଷା ମନ୍ତ୍ରୀ ଜିତୁ ଭାଗାନି ଏହି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ ଶ୍ରୀମଦ ଭାଗବତ ଗୀତାର ମୂଲ୍ୟବୋଧ ବାବଦରେ ଜାଣିବା ପାଇଁ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶ୍ଲୋକ ଗାନ, ବାକ୍ୟ ପ୍ରତିଯୋଗିତା ଏବଂ ସାହିତ୍ୟ ଆସରର ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।