ବିଲୁପ୍ତିର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ ପାହାଡ଼

ଖଣ୍ଡପଡ଼ା,୧୨ା୮(ଅଜୟ କୁମାର ମହାରଣା): ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚତ୍ଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି, ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ ନୟାଗଡ଼ ଜିଲା ପ୍ରଶାସନକୁ ବାରମ୍ବାର ଲିଖିତ ଭାବେ ଅବଗତ କରିଥିଲେ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି  । ସେହି ପାହାଡ଼କୁ ନିଲାମ ଦିଆଯାଇ ନ ଥିଲା । ପୂର୍ବରୁ ପଥର ଚୋରା ଚାଲାଣ କରାଯାଇ ପାହାଡ଼କୁ ଧ୍ୱଂସ କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ପାହାଡ଼ରୁ ବେନିୟମ ଭାବେ ମୋରମ ଚାଲାଣ ଯୋଗୁ ତାହା ଦୟନୀୟ ହୋଇପଡିଛି ବୋଲି ଅଭିଯୋଗ ହୋଇଛି ।

ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ, ପାହାଡ଼ର ସୁରକ୍ଷା ଜରୁରୀ ଅଟେ । ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୁରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛନ୍ତି । ରାଜସ୍ବ ବୃଦ୍ଧି ନିମନ୍ତେ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ଼ ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି  । ଅନେକ ପଥର ବ୍ୟବସାୟୀ ପଥରକ୍ୱାରୀ ନିଲାମ ନ ନେଇ ମଧ୍ୟ ବିଭିନ୍ନ ନୀତି ନିୟମକୁ ଉଂଲ୍ଲଘନ କରି ଜଙ୍ଗଲ ପାହାଡ଼ରୁ ଚୋରାରେ ପଥର ଲୁଟୁଥିବା ଅଭିଯୋଗ ହେଉଛିି । ଏଥିଯୋଗୁ ପୁରାତନ ଯୁଗର କୀର୍ତ୍ତିବହନ କରୁଥିବା ଅନେକ ପାହାଡ଼ ଧ୍ୱଂସ ହେବାକୁ ବସିଛି । ସେଥିମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋ ଗ୍ରାମ ନିକଟ ଐତିହ୍ୟ ସମ୍ପନ୍ନ ଭାଗବତ ମୁଣ୍ଡିଆ ପାହାଡ଼ ଅନ୍ୟତମ ବୋଲି ସୂଚନା ମିଳିଛି ।

କଣ୍ଟିଲୋ ନୀଳମାଧବଜୀଉ ପର୍ଯ୍ୟଟନ କ୍ଷେତ୍ର ନିକଟସ୍ଥ ଭାଗବତ ମୁଣ୍ଡିଆ ଏକ ଆଧ୍ୟାତ୍ମିକ, ସାଂସ୍କୃତିକ  ତଥା ସାମାଜିକ ସଦ୍‌ଭାବନାସ୍ଥଳୀ ଅଟେ । ଭାଗବତ ମୁଣ୍ଡିଆର ଶୀର୍ଷଦେଶରେ ଏକ ପଥରଗୁମ୍ପାରେ ଭାଗବତ ଠାକୁର ଦୀର୍ଘବର୍ଷରୁ ପୂଜା ପାଇ ଆସୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପାହାଡ଼ଟି ଅଞ୍ଚଳବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ  । ପ୍ରତିବର୍ଷ ଭାଦ୍ରବ ମାସ ପୂର୍ଣ୍ଣମୀ ତିଥି ଭାଗବତ ଜନ୍ମ ଦିବସରେ ପାହାଡ଼ ଶୀର୍ଷରେ ଥିବା ଠାକୁରଙ୍କ ନିକଟରେ ମହିଳା ପୁରୁଷ ଭକ୍ତମାନେ ଏକାଠି ହୋଇ ପୂଜାର୍ଚ୍ଚନା ସହ ଭାଗବତ ପଠନ କରିଥାଆନ୍ତି । ସେହିପରି ରଜ ପର୍ବ ସମୟରେ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳର ଝିଅପୁଅମାନେ ଘରୁ ମୁଢି, ମୁଆଁ, ଉଖୁଡା, ପିଠା ଆଦି ଧରି ଭାଗବତ ମୁଣ୍ଡିଆ ପାହାଡ଼ ନିକଟରେ ଥିବା ଆମ୍ବ ତୋଟାରେ ଏକାଠି ହୋଇଥାଆନ୍ତି । ସେଠାରେ ଗଛ ଡାଳରେ ରଜ ଦୋଳି ଖେଳ, ରଜଗୀତ ଗାଇ ମଜା ଉଠାଇଥାଆନ୍ତି । ଖେଳ ନାଚକୁଦ ପରେ ଘରୁ ନେଇଥିବା ପିଠାପଣା ପରସ୍ପର ମଧ୍ୟରେ ଦିଆନିଆ କରି ଭାଇଚାରା ସୃଷ୍ଟି କରନ୍ତି । ଏହାଦ୍ୱାରା ସାମାଜିକ ସଦ୍‌ଭାବ ଗଢି ଉଠିଥାଏ  ।

ସେହିପରି ବର୍ଷା ଋତୁରେ ବର୍ଷାର ଅଭାବ ଯୋଗୁ ମରୁଡ଼ି ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଏହି ଭାଗବତ ମୁଣ୍ଡିଆରେ ଗିରି ଗୋବର୍ଦ୍ଧନ ଓ ଇନ୍ଦ୍ର ପୂଜା କରାଯାଇଥାଏ । ଫଳରେ ପରିବେଶ ସୁରକ୍ଷା ସହିତ ସାମାଜିକ କ୍ଷେତ୍ରରେ ଭାଗବତ ମୁଣ୍ଡିଆର ସ୍ଥିିତି ଗୁରୁ୍‌ତ୍ୱ ବହନ କରିଥାଏ । ଏହାଛଡା ଏହି ପାହାଡ଼କୁ ଲାଗି ‘ସେରେଣ୍ଡା’ନାମକ ଏକ ବିରାଟ ପଥର ରହିଛି । ଏହି ପଥରରେ ଥିବା ଏକ ଖାଲରେ ବର୍ଷା ଦିନେ ଜମା ହୋଇ ରହୁଥିବା ପାଣିକୁ ଜଙ୍ଗଲର ଜୀବଜନ୍ତୁ ସହିତ ଅନେକ ସମୟରେ ମଣିଷ ପାନ କରି ତୃଷ୍ଣା ମେଣ୍ଟାଇଥାଆନ୍ତି । ମାତ୍ର ପରିତାପର ବିଷୟ ସେହି ପାହାଡ଼ରୁ ପଥର ଚାଲାଣ କରିବା ସହିତ ଜାଳକାଠ ପାଇଁ ପାହାଡ଼ରେ ଥିବା ଗଛକୁ ଲୋକେ କାଟି ନେଉଛନ୍ତି । ଫଳରେ ଜଙ୍ଗଲର ଦ୍ରୁତ ଅବକ୍ଷୟ ସାଙ୍ଗକୁ ଧୀରେ ଧୀରେ ପାହାଡ଼ରୁ ପଥର, ମୋରମ କମିବାରେ ଲାଗିଛି । ଚୋରା ପଥର ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ଉକ୍ତ ମୁଣ୍ଡିଆ ଉପରେ ପଡିବା ପରେ ସମୟାନୁକ୍ରମେ ଏହା ଶ୍ରୀହୀନ ହୋଇଛି। ସଂପ୍ରତି ଉକ୍ତ ପାହାଡ଼ରେ କେତେକାଂଶରେ ବନୀକରଣ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଚାରା ରୋପଣ କରାଯାଇ ଏହାର ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image