୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ କମ୍‌ବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡ଼ିଛି। ଭାଗ୍ୟଶ୍ରୀ ତାଙ୍କ ସୁଟିଂ ସେଟ୍‌ର କିଛି ଫଟୋ ନିଜର ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଟ୍ରାଡିସନାଲ ଲୁକ୍‌ରେ ଦେଖିବାକୁ ମିଳୁଛି। ଭାଗ୍ୟଶ୍ରୀଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଶେଷଥର ପାଇଁ ଭାଗ୍ୟଶ୍ରୀଙ୍କୁ ୨୦୧୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରେଡ ଆଲର୍ଟ’ରେ ଦେଖିବାକୁ ମିଳିଥିଲା।

Share