ଓଟିଟିରେ ଡେବ୍ୟୁ କରିବେ ଭାଗ୍ୟଶ୍ରୀଙ୍କ ଝିଅ

ମୁମ୍ବାଇ: ଓଟିଟି ପ୍ଲାଟ ଫର୍ମରେ ପୁଣିଥରେ ଧମାଲ ମଚେଇବାକୁ ଆସୁଛନ୍ତି ହୁମା କୁରେସି । ତାଙ୍କର ନୂଆ ୱେବ ସିରିଜ ‘ମିଥ୍ୟା’ ଖୁବଶୀଘ୍ର ଫ୍ଲୋରକୁ ଶୁଟ୍ ପାଇଁ ବାହାରିବ । ‘ମିଥ୍ୟା’ ୨୦୧୯ର ସିରିଜ ‘ଚିଟ’ର ଏକ ମୂଳ ରୂପାନ୍ତର । ଏହି ସିରିଜ୍ ଜରିଆରେ ଅବନ୍ତିକା ଦାସାନୀ ଡେବ୍ୟୁ କରିବାକୁ ଯାଉଛନ୍ତି । ଅବନ୍ତିକା ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ଝିଅ ଓ ଅଭିନେତା ଅଭିମନ୍ୟୁ ଦାସାନୀଙ୍କ ଭଉଣୀ ।
ରୋଜ ଅଡିଓ ଭିଜୁଆଲ ପ୍ରଡକ୍ସନର ସହଯୋଗରେ ଅପ୍ଲାଜ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଓ ରୋହନ ସିପ୍ପିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜର ୬ଟି ଭାଗ ରହିବ । ଏହି ସିରିଜରେ ହୁମା କୁରେସି ଓ ଅବନ୍ତିକା ଦାସାନି ଲିଡ ରୋଲରେ ନଜର ଆସିବେ । ଏହାସହ ପରମବ୍ରତ ଚାଟାର୍ଜୀ, ରଜିତ କୁମାର ଓ ସମିର ସୋନି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ରୋହନ ସିପ୍ପି ଶେୟାର କରିଛନ୍ତି, “ମିଥ୍ୟା ଏକ ପଲ୍ପି ମନୋବୈଜ୍ଞାନିକ ଥ୍ରିଲର, ଯାହା ମାନବ ମସ୍ତସ୍କରେ ପ୍ରବେଶ କରୁଛି” । ଆଶା କରୁଛୁ ଏହା ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ ଭାବେ ।

Share