ଭାଇଜାନଙ୍କ ମୁନ୍ନିୟା ଏବେ ଦେଖାଯାଉଛନ୍ତି ଗ୍ଲାମରସ…

ମୁମ୍ବାଇ,୧୬।୭ : ସଲମାନ ଖାନଙ୍କ ବଜରଙ୍ଗୀ ଭାଇଜାନା ଶିଶୁ କଳାକାର ହର୍ଷାଲୀ ମଲହୋତ୍ରା ଏବେ ବଦଳିଯାଇଛନ୍ତି। ଏବେ ତାଙ୍କର ଭ୍ଲାମରସ ଲୁକ୍‌ ଫିଲ୍ମ ନିର୍ମାତାଙ୍କୁ ଆକର୍ଷିତ କରୁଛି। ଯେତେବେଳେ କବୀର ଖାନଙ୍କ ଫିଲ୍ମ ପାଇଁ ସେ ଶୁଟିଂ କରୁଥିଲେ ସେତେବେଳେ ହର୍ଷଲି ପ୍ରଥମ ଶ୍ରେଣୀରେ ପଢୁଥିଲେ। ବର୍ତ୍ତମାନ ବଡ ହୋଇ ଯାଇଛନ୍ତି। ବଜରଙ୍ଗୀ ଭାଇଜାନ ଅଭିନେତ୍ରୀଙ୍କର ତାଙ୍କର ଆଉଟିଂର ଏକ ଭିଡିଓ ପାପରାଜି ଦ୍ୱାରା ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ବହୁ ରଙ୍ଗର କୁର୍ତ୍ତି ପିନ୍ଧିଥିଲେ। ସେ ଏକ ସୁନ୍ଦର ହସ ସହିତ ପାପରାଜି ପାଇଁ ମଧ୍ୟ ପୋଜ ଦେଇଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇନଷ୍ଟାଗ୍ରାମରେ ଟ୍ରେଣ୍ଡିଂ ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନେକ ପ୍ରଶଂସକ ତାଙ୍କ ସୁନ୍ଦର ଲୁକ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପିଲାଦିନ କେଉଁଠାରେ, କେମିତି ଗଲା ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି। ପିଲାମାନେ ବଡ ହୋଇଛନ୍ତି । ଅନ୍ୟ ଜଣେ କହିଛନ୍ତି ସେ ତାଙ୍କୁ ଦେଖି ଟିଭି ଅଭିନେତ୍ରୀ ଦିଶା ପରମାରଙ୍କୁ ମନେ ପକାଉଛନ୍ତି। ଜଣେ ଲେଖିଛନ୍ତି, ସେ ବହୁତ ସୁନ୍ଦର ଏବଂ ଦିଶା ପରମାରଙ୍କର ଏକ ସାନ ସଂସ୍କରଣ ପରି ଦେଖାଯାଉଛନ୍ତି। ଅନେକ ଲୋକ ତାଙ୍କୁ ସୁନ୍ଦର ବୋଲି କହିଛନ୍ତି।

କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ହର୍ଷଲି ମାଲହୋତ୍ରା ତାଙ୍କର ବଡ ପରଦାରେ ଡେବ୍ୟୁ କରିଥିଲେ ଯେଉଁଥିରେ ସେ ଜଣେ ପାକିସ୍ତାନୀ ମୁସଲମାନ ଝିଅ ଭୂମିକାରେ ଅଭିନୟ କରିଥିଲେ। ସେ ସଲମାନ ଖାନ, କରୀନା କପୁର ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ଅଭିନୟ କରିଥିଲେ। ସେ ଜଣେ କଥା କହି ପାରୁ ନ ଥିବା ଝିଇ ଭାବରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ। ୨୦୨୨ ମସିହାରେ ସେ ଭାରତ ରତ୍ନ ଡକ୍ଟର ଆମ୍ବେଡକର ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାର ଜିତିଥିଲେ। ସେ କୁବୁଲ ହେ ଏବଂ ଲୌଟ ଆଓ ତୃଷା ପରି ଟେଲିଭିଜନ ସିରିଏଲରେ ମଧ୍ୟ କାମ କରିଛନ୍ତି।

Share