ଦୁବାଇରୁ ଫେରିଲେ ଭାଇଜାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଦୁବାଇରୁ ଫେରିଛନ୍ତି। ଶନିବାର ଫଟୋଗ୍ରାଫରମାନେ ତାଙ୍କୁ ବିମାନବନ୍ଦରରେ ଦେଖି ନିଜ କ୍ୟାମେରାରେ କଏଦ କରିଥିଲେ। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ସଲମାନ ବିମାନବନ୍ଦରରୁ ନିଜ କାର ଆଡ଼କୁ ସମ୍ପୂର୍ଣ୍ଣ ସୁରକ୍ଷା ଭିତରେ ଯାଉଥିବାର ନଜର ଆସିଛନ୍ତି। ସେ ଏକ ଧୂସର ରଙ୍ଗର ଶର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ଭାଇଜାନଙ୍କ ନିକଟକୁ କୌଣସି ପ୍ରଶଂସକ କିମ୍ବା ଫଟୋଗ୍ରାଫରଙ୍କୁ ଛଡ଼ା ଯାଇ ନ ଥିଲା। କାରଣ ସଲମାନଙ୍କ ପିତାଙ୍କୁ ହତ୍ୟା ଧମକ ପରେ ସଲମାନ ତାଙ୍କର ସୁରକ୍ଷାକୁ କଡ଼ାକଡ଼ି କରିଦେଇଛନ୍ତି। ଏହି ଘଟଣାରେ ସନ୍ଦିଗ୍ଧ ଭାବରେ ଲରେନ୍ସ ବିଶ୍ରୋଇଙ୍କ ନାମ ଜଣାପଡ଼ିଥିଲା।

ନିକଟରେ ଟାଇଗର ସଲମାନଙ୍କୁ ମଧ୍ୟ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମିଳିଥିଲା। ଆତ୍ମରକ୍ଷା ପାଇଁ ଆବେଦନ ପରେ ତାଙ୍କୁ ଏହି ଅସ୍ତ୍ର ଦିଆଯାଇଥିଲା।
ଏହାପୂର୍ବରୁ ଏକ ଭିଡିଓରେ ସଲମାନ ତାଙ୍କ ଦଳ ସହ ଦୁବାଇ ମଲରେ ବୁଲୁଥିବାର ନଜର ଆସିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଶେୟାର କରାଯାଇଥିଲା। ସଲମାନଙ୍କ ତାଙ୍କର ଆଗାମୀ ଫିଲ୍ମ ‘ଭାଇଜାନ’ ପୁଣି ଶୁଟିଂ କରିବା ପୂର୍ବରୁ ଦୁବାଇ ଯାଇଥିଲେ।

Share