ଭାଇଜାନ୍‌ଙ୍କ ପିଲାଦିନର ଶର୍ଟଲେସ୍‌ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ, ୨୭।୧ : ସମ୍ପ୍ରତି ବଲିଉଡ ଅଭିନେତା ଭାଇଜାନ୍‌ ସଲମାନ୍‌ ଖାଁଙ୍କର ସୁନ୍ଦର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଫଟୋରେ ଭାଇଜାନ୍‌ଙ୍କୁ ଚିହ୍ନବା ପ୍ରଶଂସକଙ୍କ ପାଇଁ କଷ୍ଟକର ହେଉଥିବାବେଳେ କେହି କେହି ଏହି ସୁନ୍ଦର ଫଟେରକୁ ସଞ୍ଜୟ ଦତ୍ତ ଏବଂ କିଛି ଅକ୍ଷୟ କୁମାର ବୋଲି କହୁଛନ୍ତି।

ଫଟୋରେ ଭାଇଜାନ୍‌ ଶର୍ଟଲେସ ହୋଇ ପୋଜ୍‌ ଦେଇଛନ୍ତି। ପିଲାଦିନରୁ ସଲମାନ୍‌ ଖାଁ ଏଭଳି ଶର୍ଟଲେସ ପୋଜ ଦେବାକୁ ଭଲ ପାଇଥାନ୍ତି। ଏବେ ମଧ୍ୟ ବହୁ ଫିଲ୍ମରେ ସେ ଶର୍ଟଲେସ୍‌ ହୋଇ ଫାଇଟିଂ କରୁଥିବାର ଦେଖିବାକୁ ମିଳୁଛି।

ତେବେ ଫଟୋକୁ ନେଇ ଭାଇଜାନ୍‌ଙ୍କ ପ୍ରଶଂସକ ବେଶ୍‌ ଆନନ୍ଦିତ ହୋଇଛନ୍ତି। ପିଲାଦିନର ଫଟୋରେ ଭାଇଜାନ୍‌ଙ୍କ ଭିନ୍ନ ଲୁକ୍‌ ଏବେ ଚର୍ଚ୍ଚା ଜାରି ରହିଛି।

Share