Categories: ଜାତୀୟ

ଭଜନଲାଲ୍‌ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହୋଇଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଭାଜପା ବିଧାୟକ ଦଳ ବୈଠକରେ ଭଜନଲାଲ୍‌ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବାର ନଅ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇଛି। ଭଜନଲାଲ୍‌ ସଙ୍ଗନେରର ବିଧାୟକ ଏବଂ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ସେ ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ହେବେ ।

ଭଜନଲାଲ୍‌ ଭରତପୁରର ବାସିନ୍ଦା। ସେ ସଙ୍ଗନେରରୁ ବିପୁଳ ବ୍ୟବଧାନରେ ଜିତିଥିଲେ। ଶର୍ମା କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮୦୮୧ଭୋଟରେ ପରାସ୍ତ କରିଥିଲେ। ଭଜନଲାଲ୍‌ଙ୍କୁ ଉଭୟ ସଂଘ ଏବଂ ସଂଗଠନର ନିକଟତର ବୋଲି ବିବେଚନା କରାଯାଏ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଦିୟା କୁମାରୀ ଏବଂ ପ୍ରେମ ଚନ୍ଦ୍ର ବୈରଓ୍ବାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ।

Share