Categories: ଜାତୀୟ

ଶପଥ ଗ୍ରହଣ ପୂର୍ବରୁ ମାତାପିତାଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ଭଜନଲାଲ

ଜୟପୁର,୧୫।୧୨: ଭଜନଲାଲ ଶର୍ମା ଶୁକ୍ରବାର ସକାଳ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋନୀୟତାର ଶପଥ ଗ୍ରହଣ କରିବେ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥ ଗ୍ରହଣ କରିବେ। ଏହି ତିନିଜଣଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ଶପଥ ଗ୍ରହଣ କରାଇବେ। ଜୟପୁରର ଆଲବର୍ଟ ହଲ ସମ୍ମୁଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିବେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଏବଂ ଅଧା ଡଜନ କେନ୍ଦ୍ର ମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଉତ୍ସବରେ ଯୋଗଦେବା ସହ, ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ବହୁ ନେତା ଉପସ୍ଥିତ ରହିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମ୍ବୋଧିତ କରିପାରିବେ।

Share