Categories: ଜାତୀୟ

ଦ୍ୱିଗୁଣା ହେଲା ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ଖୁସି, ଜାଣନ୍ତୁ…

ଜୟପୁର,୧୩।୧୨: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଶପଥ ନେବେ। ଜୟପୁରର ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏବଂ ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଶପଥ ନେବେ।

ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିବା ଭଜନଲାଲ୍‌ଙ୍କ ପାଇଁ ଡିସେମ୍ବର ୧୫ ଦ୍ୱିଗୁଣା ଖୁସି ଆଣିଦେବ। ପ୍ରଥମଟି ହେଲା ସେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦ୍ୱିତୀୟଟି ହେଲା ନିଜ ଜନ୍ମଦିନରେ ସେ ଏହା କରିବେ। ତେବେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି। ଏହାଛଡ଼ା ବିଭିନ୍ନ ରାଜ୍ୟର ଭାଜପା ନେତା ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି।

Share