Categories: ଜାତୀୟ

ଜନ୍ମଦିନରେ ଶପଥ ନେବେ ଭଜନଲାଲ

ଜୟପୁର,୧୫ା୧୨: ଶୁକ୍ରବାର ଭଜନଲାଲ ଶର୍ମାଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କର ଜନ୍ମଦିନ ଏବଂ ଆଜିର ଏହି ଖାସ୍‌ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଜୟପୁରର ଐତିହାସିକ ଆଲବର୍ଟ ହଲ୍‌ ବାହାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା ମଧ୍ୟ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ କଲରାଜ ମିଶ୍ର ଶପଥ ପାଠ କରାଇବେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ଅମିତ ଶାହା, ରାଜନାଥ ସିଂ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭଜନଲାଲ ଆଜି ଅପରାହ୍ନ ୧.୦୫ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

Share