ଦୃଷ୍ଟି ଆଢୁଆଳରେ ଭଣ୍ଡାରୀବାରୀ, ଡେଙ୍ଗାବାରୀ ଗାଁ

ନୂଆଗଁା,୨୨ା ୨ (ଧନେଶ୍ୱର ସାହୁ):ନୟାଗଡ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତ ଭଣ୍ଡାରୀବାରୀ ଓ ଡେଙ୍ଗାବାରୀ ଗାଁ ଦୁଇଟି ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମବାସୀ ଦୁର୍ଦ୍ଧିନରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଶାସନିକ ଅଧିକାରୀ ଇଚ୍ଛା ପ୍ରକାଶ କରୁନାହାନ୍ତି। ଗାଁକୁ ସବୁଦିନଆ ରାସ୍ତାଟିଏ ନ ଥିବା ବେଳେ ପାଣି ଓ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ତେଣେ ୨ରୁ୩ ମାସ ମଧ୍ୟରେ ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରା ନ ଗଲେ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ରାଜ୍ୟପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତର ୧ ନଂ. ଓ୍ୟାର୍ଡ ଡେଙ୍ଗାବାରୀ ଓ ଭଣ୍ଡାରୀବାରୀ ଗ୍ରାମରେ ୩୫ ଟି ଆଦିବାସୀ ପରିବାରର ପ୍ରାୟ ୧୫୦ ଲୋକ ବସବାସ କରନ୍ତି। କାପ୍ତାପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୬ କି.ମି. ଦୂରରେ ଅବସ୍ଥିତ ଏହି ଗ୍ରାମ ଦୁଇଟି ନାନା ସମସ୍ୟା ଭିତର ଦେଇ ଗତି କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ପ୍ରଶାସନ କି ରାଜନେତାମାନଙ୍କର ଦୃଷ୍ଟି ପଡୁନାହିଁ। କେବଳ ନିର୍ବାଚନ ଆସିଲେ ଭୋଟ ପାଇଁ ନେତାମାନେ ଆସି ନାନା ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଥାଆନ୍ତି। ଆଉ ତା’ ପରେ ସବୁ ଭୁଲି ଯାଆନ୍ତି। ଗ୍ରାମ ନିକଟରେ ଥିବା ରତ୍ନଗିରି ଗାଁକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ସହ ତାହାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ହୋଇଛି। ଆମ ପାଖରେ ବଞ୍ଚତ୍ବା ପାଇଁ ମୌଳିକ ଆବଶ୍ୟକତାର ଅଭାବ ରହିଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଏଭଳି କହିଛନ୍ତି, ୧ ନଂ. ଓ୍ୟାଡର ଓ୍ବାର୍ଡ ସଭ୍ୟ ପ୍ରତାପ ଜାନି, ନାଦର ଜାନି, ମାଣିକ ଜାନି, ସୁଶିଳ ପ୍ରଧାନଙ୍କ ସମେତ ଦୁଇ ଗ୍ରାମର ବାସିନ୍ଦା। ରାସ୍ତା ମୁଖ୍ୟ ସମସ୍ୟା ହୋଇଛି। ଫଳରେ ଗାଁରେ ଥିବା ସ୍କୁଲକୁ ଶିକ୍ଷକ ଆସି ନ ପାରି କମ୍‌ ଉପସ୍ଥାନ ଦେଖାଇ କୌଶଳକ୍ରମେ ୧୦ ବର୍ଷ ପୂର୍ବେ ସ୍କୁଲକୁ ବନ୍ଦ କରିଦେଲେ। ଗାଁର ପିଲାମାନେ ଶିକ୍ଷା ଲାଭ କରିବାରୁ ବଞ୍ଚତ୍ତ ହେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। କୌଣସି ଲୋକ ରୋଗରେ ପଡ଼ିଲେ ଭାର କରି ନେବାକୁ ପଡୁଛି। ଏଥିଯୋଗୁ ଅନେକ ସମୟରେ ଜୀବନହାନୀ ଘଟୁଛି। ଗାଁରେ ପୋଖରୀ, ଗାଡିଆ କିଛି ନ ଥିବା ଯୋଗୁ ଗାଧୋଇବା ପାଇଁ କିମ୍ବା ଗୋରୁ ପାଣି ପିଇବାକୁ ପାଉ ନାହାନ୍ତି। ଗାଁକୁ ରାସ୍ତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ ଓ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସୁଫଳ ନ ମିଳିନାହିଁ। ଉକ୍ତ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ପଡୁଛି ବୋଲି ଜଣାଇ ଦେଇ ପ୍ରଶାସନ ନୀରବ ରହିଛି। ଏପରି ଅନେକ ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏସବୁ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ଏ ସମସ୍ତ ସମସ୍ୟା ସମାଧାନ ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri