ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର,୧୨ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବାଲେଶ୍ୱର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ବୁଧବାର ରେଳଷ୍ଟେଶନ ପରିସରରେ ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ଜଣ କର୍ମଚାରୀ ଅଛନ୍ତି। ଏଥିସହିତ ଷ୍ଟେଶନମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ୨ ଜଣ ଟେକ୍ନିକାଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇପାରିଥାନ୍ତା। କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି।

ବୁଧବାର ଭଦ୍ରକରୁ ଖଡ଼ଗପୁର ଇନ୍ସପେକ୍ସନ ପାଇଁ ଆସିଥିଲେ ଦକ୍ଷିଣ ପୂର୍ବ ରେଳବାଇର ଜିଏମ୍‌ ମିଶ୍ରା। ସେ ପ୍ରଥମେ ବାହାନଗା ଷ୍ଟେଶନ ପରିଦର୍ଶନ କରିବା ସହ ସେଠାରେ ଦୁର୍ଘଟଣା ପରେ ସୁଧୁରିଥିବା ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଷ୍ଟେଶନ ପରିସରରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାହାନଗା ଷ୍ଟେଶନ ନିକଟ ଲେଭଲକ୍ରସିଂ ନିକଟରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ପରେ ଉଦ୍‌ଘାଟନ ଅପେକ୍ଷାରେ ଥିବା ନୀଳଗିରିର ଗୋପୀନାଥପୁର ଷ୍ଟେଶନ ପରିଦର୍ଶନ କରି ସେଠାକାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ସିଆରଏସ୍‌ ତଦନ୍ତ କରି ଫେରିଥିବା ବେଳେ ବର୍ତ୍ତମାନ ସିବିଆଇ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ପରେ ସିବିଆଇ ଦାୟିତ୍ୱରେ ଗୁରୁତର ଅବହେଳା ଲାଗି ଏବେ ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଏଥିସହ ଦୁଇ ଜଣଙ୍କୁ ପୁଣି ସମନ କରିଛି। ବର୍ତ୍ତମାନ ସୁଦ୍ଧା ୭ଜଣଙ୍କୁ ରେଳବାଇ ପକ୍ଷରୁ ନିଲମ୍ବନ କରାଯାଇଛିି। ଅନ୍ୟପକ୍ଷରେ ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ଷ୍ଟେଶନମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି କରିଥିବା ବେଳେ ସେ ହାଜର ହୋଇନାହାନ୍ତି। ପୂର୍ବରୁ ଗିରଫ କରାଯାଇଥିବା ୩ ଅଭିଯୁକ୍ତ ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କୁ ପୁଣିଥରେ ରିମାଣ୍ଡରେ ଆଣିଛି ସିବିଆଇ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ ଆସୋସିଏସନ ନିର୍ବାଚନ: ସଭାପତି ପଦବୀ ପାଇଁ ୨ ପ୍ରତିଦ୍ୱନ୍ଦୀ

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)- ଶନିବାର ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ହେଉଛି। ଏହିଭଳି ଭଞ୍ଜନଗର ବାର ଆସୋସିଏସନ ପାଇଁ ମଧ୍ୟ ଶନିବାର ନିର୍ବାଚନ ହେବ। ଏଥିପାଇଁ...

ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ: ଲୋକେ ଭୟଭୀତ

ଭୋଗରାଇ, ୨୮l୩ (ପ୍ରଦୀପ ଦାସ): ମ୍ୟାନମାରରେ ହୋଇଥିବା ୨ଟି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ଓଡିଶା ସୀମାନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ମୃଦୁ କମ୍ପନ ଅନୁଭୂତ...

୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଜାଣନ୍ତୁ ଓଡ଼ିଶାରେ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର,୨୮ା୩: ଆସନ୍ତା ୨୯ ତାରିଖରେ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେବ। ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ ମହାସାଗର, ୟୁରୋପ ଏବଂ...

ଗଞ୍ଜାମ ଜ଼ିଲାକୁ ଜାତୀୟ ସ୍କଚ ଆୱାର୍ଡ-୨୦୨୫:ସ୍ବାସ୍ଥ୍ୟ ଟିମକୁ ଶ୍ରେୟ ଦେଲେ ଜିଲାପାଳ

ଛତ୍ରପୁର, ୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାର ଅଭିନବ ନିରୀକ୍ଷଣ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କ ସୁରକ୍ଷା ଓ ଠିକ ସମୟରେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଫଳତା ପାଇଛି।...

ଟ୍ରକ୍‌ ଧକ୍କାରେ ୩ ଗାଈ ସହ ୧୮ ମେଣ୍ଢାଙ୍କର ଗଲା ଜୀବନ: ଘଟଣାସ୍ଥଳରେ ଉତ୍ତେଜନା

ବଇଣ୍ଡା,୨୮ା୩(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ରାଣୀଭୁଇଁ ନିକଟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏକ ଟ୍ରକ୍‌ ଧକ୍କାରେ ରାଣୀଭୁଇଁ...

ପଡୋଶୀ ଆନ୍ଧ୍ରପ୍ରଦେଶରେ ବ୍ୟାପିଲା ବାର୍ଡ଼ ଫ୍ଲୁ, ଓଡିଶା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର,୨୮ା୩: ପଡୋଶୀ ଆନ୍ଧ୍ରପ୍ରଦେଶରେ ଆଠଟି ସ୍ଥାନରେ ବାର୍ଡ଼ ଫ୍ଲୁର ପ୍ରକୋପ ଦେଖାଦେଇଛି। ଶୁକ୍ରବାର ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଫାର୍ମ ଏବଂ କୁକୁଡ଼ାରେ...

୨୦୨୪ ପରଠାରୁ ST, SC ଲୋକଙ୍କ ଉପରେ ୨୪୮୩ଟି ଅତ୍ୟାଚାର ଜନିତ ମାମଲା ରୁଜୁ

ଭୁବନେଶ୍ୱର,୨୮ା୩: ଜୁନ୍ ୨୦୨୪ ପରଠାରୁ ଓଡ଼ିଶାର ବିଭିନ୍ନ ଥାନାରେ ଅନୁସୂଚିତ ଜନଜାତି (ଏସ୍ ଟି) ଏବଂ ଅନୁସୂଚିତ ଜାତି (ଏସ୍ ସି) ଲୋକଙ୍କ ଉପରେ ଅତ୍ୟାଚାର...

ଜଳସଙ୍କଟଙ୍କୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ଗଜପତି,୨୭।୩(ଗିରିଧାରୀ ପରିଛା):ଜିଲାରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲା ଜଳସଙ୍କଟ ଦେଖିବାକୁ ମିଳିଛି। ଜିଲାରେ ବିଗତ ବର୍ଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image