ବାହାନଗା ଟ୍ରେନ ଦୁର୍ଘଟଣା: ୨୯ଜଣଙ୍କ ଡିଏନ୍‌ଏ ରିପୋର୍ଟ ଚିହ୍ନଟ

ଭୁବନେଶ୍ୱର,୩୦ା୬(ଅଭିଜିତ ଦାସ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ଦିଲ୍ଲୀ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୯ଜଣଙ୍କ ଡିଏନ୍‌ଏ ରିପୋର୍ଟ ଚିହ୍ନଟ ହୋଇଛି। ଏହି ରିପୋର୍ଟ ଭୁବନେଶ୍ୱର ଏମ୍‌ମ୍ସକୁ ଶୁକ୍ରବାର ହସ୍ତଗତ ହୋଇଛି। ଅନ୍ୟପକ୍ଷେ ୫ ମୃତକଙ୍କ ପରିବାର ଲୋକେ ଏମ୍ସରେ ପହଞ୍ଚି ମୃତଦେହ ନେବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Share