ବାହାନଗା ଟ୍ରେନ ଟ୍ରାଜେଡି: ୩ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୧୧।୭: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଏହି ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଣ୍ଢାଶାଳ ହସ୍ପିଟାଲକୁ ନିଆଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ପୁଣି ସେମାନଙ୍କୁ ଚନ୍ଦକା ଥାନାକୁ ନିଆଯାଇଛି। ଅପରାହ୍ମରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇପାରେ।

Share