ବାହାନଗା ଟ୍ରେନ ଟ୍ରାଜେଡି: ନିଲମ୍ବିତ ୩  ରେଲଓ୍ବେ କର୍ମଚାରୀଙ୍କୁ ଜେରା  

ଭୁବନେଶ୍ବର ୧୪।୭: ବାଲେଶ୍ବର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ଚନ୍ଦକା ଥାନାରେ ଜେରା ଚାଲିଛି । ଏହି ୪ ଜଣଙ୍କୁ ସିବିଆଇ  ଟିମ୍‌ ଜେରା କରୁଛି । ତେବେ ସମନ ପାଇବା ପରେ ସିବିଆଇ ପାଖରେ ଏହି ୪ ରେଲୱେ କର୍ମଚାରୀ ହାଜର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ସିଗନାଲ ଅପରେଟର, ଜଣେ ଟ୍ରାଫିକ ଇନ୍ସପେକ୍ଟର ଏବଂ ଷ୍ଟେସନ ମାଷ୍ଟର ଅଛନ୍ତି।
ସେପଟେ ଗିରଫ ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହେଉଛି । ଅପରାହ୍ନରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।
ଏହି ମାମଲାରେ ୭ ରେଳବାଇ କର୍ମଚାରୀଙ୍କୁ  ନିଲମ୍ବିତ କରାଯାଇଛି । ଗିରଫ ୩ କର୍ମଚାରୀଙ୍କ ସହ ୭ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।
Share