Posted inଜାତୀୟ

ଆମ୍ବେଦକରଙ୍କ ବାସଭବନରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୯।୭: ସମ୍ବିଧାନ ପ୍ରଣେତା ଡଃ ବି. ଆର୍‌. ଅମ୍ବେଦକରଙ୍କ ମହାରାଷ୍ଟ୍ରର ଦାଦରସ୍ଥିତ ବାସଭବନ ‘ରାଜ୍‌ଗୃହ’ରେ କେତେକ ଦୁର୍ବୃତ୍ତ ମଙ୍ଗଳବାର ସନ୍ଧ୍ୟାରେ ପଶି ଭଙ୍ଗାରୁଜା କରିଛନ୍ତି। ସେଠାରେ ଥିବା କେତେକ ଫୁଲକୁଣ୍ଡ ଫିଙ୍ଗିଦେବା ସହ ସିସିଟିଭି କ୍ୟାମେରାକୁ ଭାଙ୍ଗିଦେଇଛନ୍ତି। ଏନେଇ ଗୃହମନ୍ତ୍ରୀ ଅନିଲ ଦେଶ୍‌ମୁଖ୍‌ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ସହ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛି। ମିଳିଥିବା ତଥ୍ୟ ଅନୁଯାୟୀ ଅଭିଯୁକ୍ତମାନେ ସନ୍ଧ୍ୟା ୬ରେ ୩ ମହଲା ବିଲ୍ଡିଂକୁ ଯାଇଥିଲେ। ପରିସରରେ କେତେକ ଭଙ୍ଗାରୁଜା କରିଥିଲେ ହେଁ କେୟାର ଟେକର ପୋଲିସରେ ଅଭିଯୋଗ କରି ନ ଥିଲେ। କରୋନା ଲାଗି ଏହି ମ୍ୟୁଜିୟମ୍‌ଟି ବନ୍ଦ ରହିଥିଲା। ଏଭଳି ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିବା ପରେ ଆମ୍ବେଦକରଙ୍କ ପରିବାରବର୍ଗ ଶାନ୍ତିରକ୍ଷା ଲାଗି ଅନୁରୋଧ କରିଛନ୍ତି। ବଞ୍ଚିତ ବହୁଜନ ଅଘାଡ଼ି(ଭିବିଏ) ନେତା ତଥା ଡଃ ଆମ୍ବେଦକରଙ୍କ ନାତି ପ୍ରକାଶ ଆlମ୍ବେଦକର ସୋସିଆଲ ମିଡିଆ ମାଧ୍ୟମରେ ଶାନ୍ତି ଲାଗି ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାକାଣ୍ଡ ମାମଲାରେ ୪୪ ବର୍ଷ ପରେ ୩ ଙ୍କୁ ମୃତ୍ୟୁଦଣ୍ଡ, ରାୟ ଶୁଣି କାନ୍ଦି ପକାଇଲେ ଦୋଷୀ

ମୈନପୁରୀ,୧୮।୩: ଫିରୋଜାବାଦର ଜସରାଣାର ଦିହୁଲି ଗାଁରେ ନଭେମ୍ବର ୧୮, ୧୯୮୧ରେ ଘଟିଥିବା ୨୪ ଜଣ ଦଳିତଙ୍କ ଗଣହତ୍ୟା ଘଟଣାରେ ମଙ୍ଗଳବାର କୋର୍ଟ ତିନି ଜଣ ଦୋଷୀଙ୍କୁ...

ଅତି ସହଜ ଉପାୟରେ ଘରେ ବସି ଆଧାର କାର୍ଡରେ ନିଜ ଠିକଣା ବଦଳେଇପାରିବେ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୩: ଭାରତର ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ରହିଛି ଯେଉଁଥିରେ ଏକ 12-ଅଙ୍କ ବିଶିଷ୍ଟ ପରିଚୟପତ୍ର ରହିଛି। ଏଥିରେ, ବ୍ୟକ୍ତିଙ୍କ ବାୟୋମେଟ୍ରିକ ସୂଚନା, ନାମ,...

‘ମୁଁ ମୋଦିଙ୍କ ସହ ସହମତ’, ମହାକୁମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ସମର୍ଥନ କଲେ ରାହୁଲ

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦେଶରେ ଏକତାର...

ବାୟୁସେନା ଓ୍ବିଙ୍ଗ କମାଣ୍ଡରଙ୍କ ଉପରେ ବଳାତ୍କାର ଅଭିଯୋଗ: ଏସଆଇଟି ଯାଞ୍ଚ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୩: ଜମ୍ମୁ-କଶ୍ମୀରରେ ଜଣେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ବିରୁଦ୍ଧରେ ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ହୋଇଥିବା ବଳାତ୍କାର ମାମଲାର SIT ନେତୃତ୍ୱରେ ତଦନ୍ତରେ ପରବର୍ତ୍ତୀ ପ୍ରକ୍ରିୟାକୁ...

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ...

ଔରଙ୍ଗଜେବଙ୍କ ବିରୋଧରେ ‘ଲୋକଙ୍କ କ୍ରୋଧ’ ପାଇଁ ଛାଭା ଚଳଚ୍ଚିତ୍ର ଦାୟୀ: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ,୧୮।୩: ମହାରାଷ୍ଟ୍ରରେ ଚାଲିଥିବା ଔରଙ୍ଗଜେବ ବିବାଦ ଏବଂ ସୋମବାର ନାଗପୁରରେ ଘଟିଥିବା ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ୧୭ଶ ଶତାବ୍ଦୀର ମୋଗଲ ସମ୍ରାଟଙ୍କ...

ମନରେଗାରେ ବୃଦ୍ଧି ହେଉ ସର୍ବନିମ୍ନ ମଜୁରୀ, ଦାବି କଲେ ସୋନିଆ

ନୂଆଦିଲ୍ଲୀ,୧୮।୩: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର (୧୮ ମାର୍ଚ୍ଚ) ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି...

ମହାକୁମ୍ଭ ରୂପରେ ଭାରତର ବିଶାଳ ରୂପ ଦେଖିଲା ସାରା ବିଶ୍ୱ: ମୋଦି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ ମହାକୁମ୍ଭର ଆୟୋଜନ ବିଷୟରେ କହିଥିଲେ। ଏହି ସମୟରେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ଲୋକମାନଙ୍କୁ ଧନ୍ୟବାଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image