Categories: ଖେଳ

ଅଭ୍ୟାସ ମ୍ୟାଚ୍‌ ଆରମ୍ଭ: ନିଜ ଦଳ ବିପକ୍ଷରେ ଖେଳୁଛନ୍ତି ୪ ଖେଳାଳି

ଲିସେଷ୍ଟର,୨୩।୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନରେ ଏକ ଟେଷ୍ଟ ଖେଳିବ ଭାରତ। ତା’ପରେ ଭାରତୀୟ ଦଳକୁ ୩ ମ୍ୟାଚ ବିଶିଷ୍ଟ ଟି -୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ, ଲିସେଷ୍ଟରଶାୟାର ବିପକ୍ଷରେ ୪ ଦିନିଆ ଅଭ୍ୟାସ ମ୍ୟାଚ ଆଜି ଅର୍ଥାତ୍‌ ଜୁନ ୨୩ଠାରୁ ଆରମ୍ଭ ହୋଇଛି।
ଲିସେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଲିସେଷ୍ଟରଶାୟାର ଦଳରେ ଟିମ ଇଣ୍ଡିଆର ୪ ଖେଳାଳି ଖେଳୁଛନ୍ତି। ଲିସେଷ୍ଟରଶାୟାର ଦଳ ପାଇଁ ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଜସପ୍ରୀତ ବୁମ୍‌ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ଖେଳୁଛନ୍ତି।
ମ୍ୟାଚ ଆରମ୍ଭ ହେବା ପୂର୍ବରୁ କଳାକାରମାନେ ଡ୍ରମ ବଜାଇ ଗୀତର ତାଳେ ତାଳେ ନୃତ୍ୟ କରି ଖେଳାଳିମାନଙ୍କୁ ସ୍ବାଗତ କରିଥିଲେ। ଲିସେଷ୍ଟରଶାୟାର ଦଳର ଖେଳାଳିମାନେ ପ୍ରଥମେ ଅବତରଣ କରିଥିଲେ, ସେମାନଙ୍କ ସହ ପନ୍ତ, ପୂଜାରା, ବୁମରା ମଧ୍ୟ ପଡ଼ିଆରେ ଅବତରଣ କରୁଥିବା ଦେଖାଯାଇଥିଲା। ତା’ପରେ ରୋହିତ ଶର୍ମା ଏବଂ ହନୁମା ବିହାରୀ ଓପନିଂ ପାଇଁ ବାହାରକୁ ଆସିଥିଲେ। ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ଏହା ସହ ଜଡିତ ଏକ ଭିଡିଓ ଶେୟାର କରାଯାଇଛି।
ଏହି ମ୍ୟାଚରେ ରିଷଭ ପନ୍ତ ଲିସେଷ୍ଟରଶାୟାର ଦଳ ପାକ୍ଷରୁ ଉଇକେଟ କିପର ଦାୟିତ୍ୱ ତୁଲାଇବେ। କରୁଥିବାବେଳେ ଶ୍ରୀକର ଭାରତ ଭାରତୀୟ ଦଳ ପାଇଁ ଉଇକେଟ କିପର ଅଟନ୍ତି।
ଭାରତୀୟ ଦଳ ଗତ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇଥିଲା। ସେଠାରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ୫ ମ୍ୟାଚ୍‌ ବିଶିଷ ଟେଷ୍ଟ ସିରିଜ୍‌ର ପଞ୍ଚମ ମ୍ୟାଚକୁ ବାତିଲ କରିବାକୁ ପଡିଥିଲା। ଏହି ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି।

 

Share