ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ

ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା ଭିଜିଲାନ୍ସ ଟିମ ଠାବ କରିଛି। ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଛି। ବ୍ରହ୍ମପୁର ତୁଳସୀନଗରରେ ୪ ମହଲା କୋଠା, ଯାହାର ମୂଲ୍ୟ ୨.୪ କୋଟି। ଭଞ୍ଜନଗର ବାଗ୍ଦେବୀ ରୋଡରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା ସହ ୩ ମହଲା କୋଠା ରହିଛି। ସେହିପରି ଭଞ୍ଜନଗରରେ ୨୫୦୦ ବର୍ଗଫୁଟର ଆଉ ଏକ ୩ ମହଲା କୋଠା, ଭଞ୍ଜନଗର ୬ ନମ୍ବର ୱାର୍ଡରେ ଗୋଟିଏ, ଲୁଡୁଲୁଡିରେ ଗୋଟିଏ ୨ ମହଲା କୋଠା, ଭଞ୍ଜନଗରରେ ୪ଟି ଏବଂ ବ୍ରହ୍ମପୁରରେ ଗୋଟିଏ ଘରଯୋଗ୍ୟ ପ୍ଲଟ ଠାବ କରାଯାଇଛି। ଭିଜିଲାନ୍ସ ଯନ୍ତ୍ରୀଙ୍କ ସୁନା ଗହଣା, ବ୍ୟାଙ୍କ ଜମା, ଗାଡ଼ିର ହିସାବ କରୁଛି।

Share