ଭୟଭୀତ ହୋଇ ବିଶୃଙ୍ଖଳା କରୁଛନ୍ତି, ବିରୋଧୀ ଦଳର ଭୂମିକାକୁ ନିନ୍ଦା କରୁଛି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୫-୨୬ ଗୃହ ବିଭାଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭାଗ ନେଇ ବଜେଟକୁ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀ ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିରୋଧୀ କଂଗ୍ରେସ ପକ୍ଷରୁ କରାଯାଉଥିବା ଅଚଳାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ଆଲୋଚନାରେ ଭାଗ ନେଇ ବିଧାୟକ କହିଛନ୍ତି, ନୂଆ କରି ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅନେକ କିଛି ଶିଖିବୁ ବୋଲି ଆଶା ଥିଲା। ହେଲେ କଂଗ୍ରେସ ଏବଂ ବିଜେଡି ୭ ଦିନ ହେବ ବିଧାନସଭା ଚଳାଇ ଦେଉନାହାନ୍ତି। ସେମାନଙ୍କର ଦୁର୍ନୀତି ଏବଂ ଅପରାଧୀ କାର୍ଯ୍ୟକଳାପ ପଦାରେ ପଡ଼ିଯିବ ଭୟରେ ଏହିଭଳି ବିଶୃଙ୍ଖଳା କରୁଛନ୍ତି। ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପେଡି ମୁଖ୍ୟମନ୍ତ୍ରୀ ପୁଣି ଖୋଲିବା ପରେ ବିଜେଡି ନେତା ମାନେ ଭୟଭୀତ ହୋଇ ପଡ଼ିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରେ ଏକାଧିକ ହତ୍ୟା ଘଟିଛି। ଏଥିରେ କେତେ ନେତା ଜଡ଼ିତ ଅଛନ୍ତି, କେତେ ଜଣକୁ ଗିରଫ କରାଯାଇଛି ବୋଲି ପ୍ରଦ୍ୟୁମ୍ନ ପ୍ରଶ୍ନ କରିଛନ୍ତି।

ବିଜେଡି ଶାସନ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏବେ ବିରୋଧି ଦଳର ମୁଖା ଖୋଲିଯାଇଛି। ରାଜ୍ୟବାସୀ ସବୁକିଛି ଜାଣିସାରିଛନ୍ତି। କଂଗ୍ରେସ ବିଧାୟକ ମାନଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଲୋକ କଣ ଏଠି ଘଣ୍ଟ ମୃଦଙ୍ଗ ବାଡେଇବା ପାଇଁ ପଠାଇଛନ୍ତି। ଏଣୁ ଆମେ ଆହ୍ବାନ କରୁଛୁ ରାଜ୍ୟର ବିକାଶ ପାଇଁ ମିଳିମିଶି କାର୍ଯ୍ୟ କରିବା ବୋଲି ପ୍ରଦ୍ୟୁମ୍ନ ବିଧାନ ସଭା ଆଲୋଚନାରେ ଭାଗ ନେଇ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’

ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri