Advertisement

୩୫୪ଜଣଙ୍କୁ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ; ଯୋଗ୍ୟ ହିତାଧୀକାରୀ ବଞ୍ଚିତ ହେଲେ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୩୦।୩(ବାବୁଲା ପ୍ରଧାନ)-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ଅଧିକାଂଶ ବ୍ଲକରେ ଏହି ଯୋଜନାର ଉଦ୍‌ଘାଟନ ହୋଇଥିଲା। ଏହିଭଳି ଭଞ୍ଜନଗର ବ୍ଲକରେ ମଧ୍ୟ ରବିବାର ୩୫୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ହିତାଧିକାରୀ ଚୟନରେ ଯଦି କୌଣସି କର୍ମଚାରୀ ଅବହେଳା କରନ୍ତି କିମ୍ବା ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୁଅନ୍ତି ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ। ଆୟୋଜିତ ସଭାରେ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭାରେ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ତହସିଲଦାର ଅବିନାଶ ମହାର, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share