
ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ବବିତାରାଣୀ ସ୍ବାଇଁ ମଣିପୁରର ଚାଣ୍ଡେଲ ଏସ୍୍ପି ଭାବେ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଖବର ଜଣାପଡିବା ପରେ ଭଞ୍ଜନଗର ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି । ବବିତା ହେଉଛନ୍ତି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ। ତାଙ୍କ ବାପା ବନ ବିଭାଗର ଜଣେ ଅଧିକାରୀ ଥିଲେ। ୨୦୨୦ରେ ବବିତା ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଆଇପିଏସ ଅଫିସର୍ ଭାବେ ଡେରାଡୁନରେ ତାଲିମ ନେଇଥିଲେ। ପରେ ସେ ମଣିପୁରର ଇମ୍ଫାଲ ଇଷ୍ଟରେ ଏସଡିପିଓ ଓ ପରେ ପୋରମପେଟ ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ଗତ ୨୮ ତାରିଖରେ ବବିତାଙ୍କୁ ରାଜ୍ୟପାଳ ଟାମେନଗୋଲଙ୍ଗ ଏସ୍ପି ଭାବେ ବଦଳି କରିଥିଲେ। ସେଠାରେ ଅଳ୍ପ ଦିନ କାର୍ଯ୍ୟ କରିବା ପରେ ପୁଣି ତାଙ୍କୁ ଚାଣ୍ଡେଲ ଏସପି ଭାବେ ବଦଳି ହୋଇଥିଲା। ବବିତା ମଙ୍ଗଳବାର ତାଙ୍କର ନୂତନ କାର୍ଯ୍ୟରେ ଯୋଗ ଦେଇଛନ୍ତି।