ବେନିୟମ ଗାଡ଼ି ଉପରେ ନଜର, ଭଞ୍ଜନଗର ଆରଟିଓ-ପୋଲିସ ପକ୍ଷରୁ ଚଢାଉ ଜୋରଦାର

ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଭଞ୍ଜନଗର ଥାନା ଅଞ୍ଚଳରେ ଅନେକ ଗାଡ଼ି ବେନିୟମ ଭାବେ ଚାଲୁଛି। ସେଥିମଧ୍ୟରୁ କିଛି ଗାଡ଼ିର କାଗଜପତ୍ର ନାହିଁ। ଆଉ କିଛି ଗାଡ଼ି ଚାଳକ ନକଲି ନମ୍ବର ପ୍ଲେଟ ଲଗାଇ ଗାଡ଼ି ଚଳାଉଛନ୍ତି। ଏହିଭଳି ବେନିୟମ ଗାଡ଼ିକୁ ଧରିବା ପାଇଁ ଭଞ୍ଜନଗର ପୋଲିସ ଏବଂ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆଜକୁ କିଛି ଦିନ ହେବ ଚଢାଉ ଜୋରଦାର ହୋଇଛି। ଭଞ୍ଜନଗର ପୋଲିସ ବିଗତ ଏକ ସପ୍ତାହ ମଧ୍ୟରେ ଶତାଧିକ ବାଇକ, ସ୍କୁଟି ଯାଞ୍ଚ କରିଛି। ମଙ୍ଗଳବାର ଭଞ୍ଜନଗର ମୁଖ୍ୟ ସଡ଼କ ରେ ଜଣେ ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିଲା। ପୋଲିସ ସନ୍ଦେହ କରି ଗାଡ଼ିର ପିଛା କରି ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା।

ଏହାପରେ ଗାଡ଼ିର ନମ୍ବର ପ୍ଲେଟ ଯାଞ୍ଚ କରିବାରୁ ତାହା ନକଲି ନମ୍ବର୍‌ ଥିବା ଜଣାପଡିଥିଲା। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ଏଥିସହ ଦ୍ରୁତ ବାଇକ ଚାଳନା, ବାଇକରେ ଦୁଇରୁ ଅଧିକ ଯାତ୍ରୀ ଯାଉଥିବା ଗାଡ଼ିକୁ ମଧ୍ୟ ଧରାଯାଉଛି। ଆଗାମୀ ଦିନରେ ଚଢାଉକୁ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି। ସେହିଭଳି ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଦ୍ରୁତ ଗାଡି ଚାଳନା, ମଦୁଆ ଗାଡି ଚାଳକ, ବିନା ହେଲମେଟ ରେ ଗାଡି ଚଳାଉଥିବା ଗାଡି ଚାଳକ ଉପରେ କଡା ନଜର ରଖୁଛି। ଏଥିସହ ସମସ୍ତ ବେନିୟମ ଗାଡ଼ିକୁ ଠାବ କରି ଧରିବା ପାଇଁ ଉଦ୍ୟମ ହେଉଛି। ଯେଉଁମାନେ ସଡ଼କ ପରିବହନ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସିଧା ଟାର୍ଗେଟ କଲେ ଶଙ୍କରାଚାର୍ଯ୍ୟ, କହିଲେ ପାକିସ୍ତାନ ବର୍ଡରରେ…

ନୂଆଦିଲ୍ଲୀ,୨୫।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଉତ୍ତରାଖଣ୍ଡର ଜୋଶୀମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ...

ଜବରଦସ୍ତ ସ୍ମାର୍ଟଫୋନ୍‌ ଲଞ୍ଚ କଲା Realme! ୬,୦୦୦mAh  ବ୍ୟାଟେରୀ ସହ ମିଳିବ IP୬୯ ରେଟିଂ, ଜାଣନ୍ତୁ ମୂଲ୍ୟ  

ନୂଆଦିଲ୍ଲୀ,୨୫।୪: Realme ଭାରତରେ ଏହାର ନୂତନ ମଧ୍ୟମ-ରେଞ୍ଜ ଫୋନ Realme ୧୪T ୫G ଲଞ୍ଚ କରିଛି। ଏହି ଫୋନଟି ୬,୦୦୦mAh ବ୍ୟାଟେରୀ ଏବଂ ୪୫W ଫାଷ୍ଟ...

ଆମେରିକାର ବଡ଼ ଘୋଷଣା, ମିଳିଗଲା ଗ୍ରୀନ ସିଗନାଲ, ଏବେ…

ଓ୍ବାଶିଂଟନ୍‌,୨୫।୪: ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି। ଭାରତ...

ନବନିର୍ମିତ ପାର୍କ: ପୂର୍ବରୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ

ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ...

ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ବଡବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି...

ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଛାନିଆ ହେଲାଣି ପାକିସ୍ତାନ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସୀମାରେ ତୟାର ହେଲାଣି ଭାରତୀୟ...

ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍‌ ଚିଠି

ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ...

ଆଟାକ୍‌ ପରେ ପାକିସ୍ତାନ ସରକାରଙ୍କୁ ଝାଡିଦେଲେ ପାକିସ୍ତାନୀ ନେତା, କହିଲେ ପାକ୍‌ର ବିନାଶ…

ଇସଲାମବାଦ,୨୫।୪: ପାକିସ୍ତାନରେ ଉଠିଲା ପାକିସ୍ତାନୀ ବିରୋଧୀ ସ୍ବର। ଖୋଦ୍‌ ପାକ୍‌ର ନେତା ପାକିସ୍ତାନ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି। ପାକିସ୍ତାନ ଆୱାମୀ ନ୍ୟାସନାଲ ପାର୍ଟି (ଏଏନପି)ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image