Categories: ଅନୁଗୋଳ

ଭାନୁ, ଧ୍ରୁବଙ୍କୁ ମିଳିବ ଘର

ବଇଣ୍ଡା, ୧୯ା୭(ଡି.ଏନ.ଏ)  ଘର ଖଣ୍ଡିଏ ନ ଥିବାରୁ ଦୁର୍ବିଷହ ଜୀବନ କାଟୁଥିବା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ ଓ ନୁନୁକାପଶି ପଞ୍ଚାୟତ ବୈଷ୍ଣବସାହିର ଧ୍ରୁବଚରଣ ପ୍ରଧାନଙ୍କୁ ଚିହ୍ନଟ କରିଛି ପ୍ରଶାସନ। ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କୁ ପକ୍କାଘର ଯୋଗାଇବାକୁ ହିତାଧିକାରୀ ତାଲିକାରେ ଯୋଗ୍ୟ ବିବେଚିତ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ଅନୁଗୋଳ ଜିଲାପାଳଙ୍କୁ ଜଣାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କରାଯାଇଛି। କିଶୋରନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୧୪୮୮,୧୪୮୯/୧୫ା୭ା୨୦୨୦ରେ ଧ୍ରୁବଚରଣ ଓ ଚିଠି ନଂ. ୧୪୮୬, ୧୪୮୭/୧୫ା୫ା୨୦୨୦ରେ ଭାନୁ ଦେହୁରୀ ପକ୍କା ଘର ପାଇବା ପାଇଁ ଚିହ୍ନଟ ହୋଇଥିବା ବିଡିଓ ଅମୃତା ପ୍ରିୟମ୍ବଦା ଜଣାଇଛନ୍ତି। ଉଭୟଙ୍କ ସମସ୍ୟା ସମ୍ପର୍କରେ ଜୁନ ୧୬ ଓ ଜୁଲାଇ ୫ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏ ନେଇ ଆଠମଲ୍ଲିକ ସାମାଜିକକର୍ମୀ ପ୍ରତାପ ମେହେର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିଥିଲେ। ଏଥିସହ ନାଲ୍‌କୋନଗରର ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା।