ଯାତାୟତ ଠପ୍‌: ଯାତ୍ରୀ ହଇରାଣ

ତୁମୁଡିବନ୍ଧ,୨୧।୮(ଦୀପକ କୁମାର ପରାସେଠ): ସଂରକ୍ଷଣ ବଚାଓ ସଂଘର୍ଷ ସମିତିର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଆଜି ବୁଧବାର କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନିକଟରେ ଅନୁସୂଚିତ ଜାତି ଓ ଜନ ଜାତି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟକୁ ବିରୋଧ କରି ସକାଳ ୬ ଘଣ୍ଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତୁମୁଡିବନ୍ଧର ଆମ୍ବେଦକର ଛକଠାରେ ଅନୁସୂଚିତ ଜାତି ଓ ଜନଜାତି ତୁମୁଡିବନ୍ଧ ବ୍ଳକ ସମନ୍ବୟ କମିଟି ତରଫରୁ ରାସ୍ତା ଅବରୋଧ କରିବା ସହିତ ନାରାବାଜି କରି ହରତାଳ କରୁଥିବ ଦେଖିବାକୁ ମିଳିଛି।
ପ୍ରଥମେ ସମନ୍ବୟ କମିଟି ସକାଳ ୬ଟା ପିକଟିଂ କରି ତୁମୁଡିବନ୍ଧ ଦୋକାନ ବଜାର ବନ୍ଦ କରିବା ସହିତ ତୁମୁଡିବନ୍ଧରୁ ମୁନିଗୁଡ଼ା, ସଂଯୋଗ କରୁଥିବା ରାସ୍ତା, ତୁମୁଡିବନ୍ଧରୁ ଫୁଲବାଣୀ, ସଂଯୋଗ କରୁଥିବା ରାସ୍ତା ଓ ତୁମୁଡିବନ୍ଧରୁ ରାୟପୁର ସଂଯୋଗ କରୁଥିବା ରାସ୍ତକୁ ବଡ଼ ବଡ ପଥର, କାଠ ଓ ଷ୍ଟାଫ ପୋଷ୍ଟ ରଖି ରାସ୍ତ ଅବରୋଧ କରିଥିଲେ। ଦୁଇଚକିଆ ଯାନଠାରୁ ଆରମ୍ଭ କରି ଭାରିଯାନଗୁଡ଼ିକ ଉଭୟ ୩ ପାର୍ଶ୍ୱରେ ଅଟକି ରହିଥିଲା। ଯାହା ଫଳରେ ଯାତୟାତରେ ବାଧାପ୍ରାପ୍ତ ହେବା ସହିତ ଯାତ୍ରୀମାନେ ବହୁତ ହଇରାଣ ହୋଇଥିଲେ। ହେଲେ ସ୍ବାସ୍ଥ୍ୟଜନିତ ସେବା ପ୍ରଭାବିତ ନ ହେବା ପାଇଁ କମିଟି ତରଫରୁ ପୁରା ଧ୍ୟାନ ଦିଆ ଯାଇଥିଲା।
ଉକ୍ତ ବନ୍ଦ ପାଳନରେ ତୁମୁଡିବନ୍ଧ ବ୍ଳକ ଅନୁସୂଚିତ ଜାତି ଓ ଜନଜାତି ସମନ୍ବୟ କମିଟିର ସଦସ୍ୟ ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର, ନବୀନ ପାତ୍ର, ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ପ୍ରକାଶ ଚନ୍ଦ୍ର ପାତ୍ର, ଶିବରାମ ମାଝି, ଯୋହନ ବାରିକ, ପ୍ରମୋଦ କୁମାର ମାନ ସେଠ, ହୀରସିଂ ମଣ୍ଡଳ, ସୁଧୀର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇବା ପାଇଁ ତୁମୁଡିବନ୍ଧ ପୋଲିସ ଉପସ୍ଥିତି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri