Categories: ଜାତୀୟ

ଡିସେମ୍ବର ୩୦ରେ ଭାରତ ବନ୍ଦ ଡାକରା

ଜାମସେଦପୁର,୨୭ା୧୨: ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସରନା ଧର୍ମାବଲମ୍ବୀମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଆସୁଥିବାରୁ ଆଦିବାସୀ ସଙ୍ଗଠନ ଏଏସ୍‌ଏ ସେମାନଙ୍କ ସମର୍ଥନରେ ବାହାରିଛି। ଏଏସ୍‌ଏ ସଭାପତି ସଲଖାନ୍‌ ମୁର୍ମୁ କହିଛନ୍ତି, ସରନା ଧର୍ମ ଦେଶର ୧୫ କୋଟି ଆଦିବାସୀଙ୍କ ପରିଚୟ। ଏହି ଆଦିବାସୀ ଧର୍ମକୁ ସ୍ବୀକୃତି ନ ଦେବା ଏକ ସାମ୍ବିଧାନିକ ଅପରାଧ ସଦୃଶ। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଯିବାର ତାତ୍ପର୍ଯ୍ୟ ହେଉଛି ସେମାନଙ୍କୁ ଦାସତ୍ୱର ଧର୍ମ ଆପଣାଇବାକୁ ବାଧ୍ୟ କରିବା। ଉଭୟ କଂଗ୍ରେସ ଓ ଭାଜପା ଆଦିବାସୀମାନଙ୍କୁ ସେମାନଙ୍କ ଧର୍ମରୁ ବଞ୍ଚତ୍ତ କରୁଛନ୍ତି ବୋଲି ସେ କହିଛନ୍ତି। ଯେଉଁ ଦଳ ସରନାକୁ ଧର୍ମର ସ୍ବୀକୃତି ଦେବ, ଆମେ ସେହି ପାର୍ଟିକୁ ଭୋଟ ଦେବୁ ବୋଲି ମୁର୍ମୁ ସ୍ପଷ୍ଟ କରିଛନ୍ତି।

Share