Categories: ଜାତୀୟ

ଭାରତ ବନ୍ଦର ପ୍ରଭାବ: ବିହାରର ୨୦ ଜିଲାରେ ଇଣ୍ଟରନେଟ ବନ୍ଦ, ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଲମ୍ବା ଲାଇନ

ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋମବାର ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ସୁରକ୍ଷାକୁ କଡାକଡି କରାଯାଇଛି । ତେବେ ସୋମବାର ସକାଳୁ ବିହାରର ୨୦ ଜିଲାରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ କଡା ଟ୍ରାଫିକ ବ୍ୟବସ୍ଥା ଯୋଗୁ ଲମ୍ବା ଜାମ ଦେଖାଯାଇଛି ।

ଏପଟେ ଭାରତ ବନ୍ଦ ଯୋଗୁ କିଛି ଟ୍ରେନକୁ ବାତିଲ କରାଯାଇଛି । ପୂର୍ବରୁ ଅଗ୍ନିପଥ ହିଂସାକୁ ନେଇ ଟ୍ରେନ ଗୁଡିକୁ ବାତିଲ କରାଯାଇଥିବା ବେଳେ ଏବେ କିଛି ସୂଚନା ନ ଦେଇ କିଛି ଟ୍ରେନ୍ ବାତିଲ କରାଯିବାରୁ ଷ୍ଟେଶନ ପହଞ୍ଚିବା ପରେ ଟ୍ରେନ୍ ନ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Share