Categories: ଜାତୀୟ

ଭାରତ ବନ୍ଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ, ଅଟକିଲା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦଳିତ ଏବଂ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ କରୁଛି । ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଆଜି ଭାରତ ବନ୍ଦ ଡାକରା ଦେଇଥିଲା। ଏହି ଆହ଼୍ବାନକୁ ସମର୍ଥନ କରିଛନ୍ତି ସମାଜବାଦୀ ପାର୍ଟି, ଆର୍‌ଜେଡି ଏବଂ ଚନ୍ଦ୍ରଶେଖରଙ୍କ ଆଜାଦ ସମାଜବାଦୀ ପାର୍ଟି ସମେତ ଅନ୍ୟ କେଚେକ ରାଜନୈତିକ ଦଳ । ବିହାରରେ ଏହାର ପ୍ରଭାବ ପଡ଼ିଛି । କେତେକ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି । ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍‌କୁ ଅଟକାଇଛନ୍ତିି ବିକ୍ଷୋଭକାରୀ । ରେଳ ଲାଇନ୍‌ରେ ବସି ଲୋକେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ଏସ-ଏସ୍‌ଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏ ନେଇ କହିଥିଲେ ଯେ, ଯେଉଁମାନଙ୍କୁ ବାସ୍ତବରେ ଏହି ଆରକ୍ଷଣର ଆବଶ୍ୟକତା ଅଛି ସେମାନଙ୍କୁ ପ୍ରଥମିକତା ମିଳିବା ଜରୁରୀ । ଯାହାକୁ ବିରୋଧ କରୁଛନ୍ତି କିଛି ଦଳ । ଭାରତ ବନ୍ଦ ଡାକରା ଦେଇଥିବା ଦଳ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛି ।

Share