ନୂଆଦିଲ୍ଲୀ,୨୦।୧୨: ରୋହିଣୀ କୋର୍ଟରେ ବିସ୍ଫୋରଣ ଖଞ୍ଜିଥିବା ଅଭିଯୋଗରେ ଡିଆର୍ଡିଓ ବୈଜ୍ଞାନିକ ଭାରତ ଭୂଷଣ କଟାରିଆ ଜେଲ୍ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।
ଡିସେମ୍ବର ୯ ରେ ଦିଲ୍ଲୀ କୋର୍ଟରେ ବିସ୍ଫୋରଣ ଘଟାଇ ଥିବା ଅଭିଯୋଗରେ ତାଙ୍କୁ ଗରଫ କରାଯାଇଥିଲା। ସେବେଠାରୁ ସେ ପୋଲିସ ହେପାଜତରେ ଥିଲେ ଏବଂ ତାଙ୍କୁ ପଚରାଉଚରା କରାଯାଉଥିଲା। ତେବେ ସେ କୌଣସି ତଦନ୍ତରେ ସହଯୋଗ କରୁ ନ ଥିବା ଦିଲ୍ଲୀ ପୋଲିସ କହିଛି।