Categories: ଜାତୀୟ

ଅସ୍ଥାୟୀ ଭାବେ କମିବ ଭାରତ ବାୟୋଟେକର କୋଭାକ୍ସିନ ଉତ୍ପାଦନ

ନୂଆଦିଲ୍ଲୀ,୨ ।୪: ଭାରତ ବାୟୋଟେକ ଫ୍ୟାସିଲିଟି ଅପଟିମାଇଜେଶନ ପାଇଁ କୋଭାକ୍ସିନ ଉତ୍ପାଦନକୁ ଅସ୍ଥାୟୀ ଭାବେ କମ୍ କରିବା ଘୋଷଣା କରିଛି । ଭାରତ ବାୟୋଟେକ ହିସାବରେ ପ୍ରୋକ୍ୟୋରମେଣ୍ଟ ଏଜେନ୍ସିଗୁଡିକର ଯୋଗାଣ ତଥା ଚାହିଦାର ଅଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କମ୍ପାନୀ କହିଛି ଏହା ଆଗାମୀ ସମୟରେ ବିଚାରାଧିନ ସୁବିଧା ରକ୍ଷଣାବେକ୍ଷଣ, ପ୍ରକ୍ରିୟା ଓ ସୁବିଧା ଅପଟିମାଇଜେଶନ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବ । କମ୍ପାନୀ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ କୋଭାକ୍ସିନ ଗ୍ରହଣ କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଦିଆଯାଇଥିବା ଟିକା ପ୍ରମାଣପତ୍ରଗୁଡିକ ଏବେବି ଗ୍ରହଣଯୋଗ୍ୟ । କାରଣ ଏହି ଟିକାକରଣର ପ୍ରଭାବ ଏବଂ ନିରାପତ୍ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

Share