କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସଫଳ: ସ୍ବେଚ୍ଛାସେବୀଙ୍କୁ ଦିଆଗଲା ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୧୪।୮: ଭାରତ ବାୟୋଟେକ-ଆଇସିଏମ୍‌ଆର ପକ୍ଷରୁ ପ୍ରସ୍ତୁତ କରାଯାଉଥିବା କୋଭିଡ-୧୯ ଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ପରୀକ୍ଷଣ ପ୍ରାରମ୍ଭିକ ଫଳାଫଳ ପରେ କୁହାଯାଉଛି ଯେ, ଏହି ଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ। ସେହିପରି ୬ଟି ସହରରେ ଭାରତ ବାୟୋଟେକ ଓ ଜାୟଡସ୍‌ କୋଡିଲାର ଭାକ୍ସିନ ଉପରେ ମାନବ ପରୀକ୍ଷା ଚାଲିଛି। ଭାରତର ୧୨ଟି ସହରରେ ୩୭୫ ସ୍ବେଚ୍ଛାସେବୀଙ୍କ ଉପରେ କରୋନା ଭାଇରସ୍‌ ଭାକ୍ସିନ ପରୀକ୍ଷଣ କରାଯାଇଛି। ତେବେ ପ୍ରତି ଜଣେ ସ୍ବେଚ୍ଛାସେବୀଙ୍କୁ ଭାକ୍ସିନର ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଏବେ ସେମାନଙ୍କ ଉପରେ ନଜର ରଖାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ପିଜିଆଇ ରୋହତକରେ ଚାଲୁଥିବା ପରୀକ୍ଷଣ ଟିମ୍‌ର ମୁଖ୍ୟ ସବିତା ବର୍ମା କହିଛନ୍ତି। କୋଭାକ୍ସିନ ଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ, ଯେତେ ଜଣଙ୍କୁ ଏହି ଭାକ୍ସିନ ଦିଆଯାଇଛି କହାରି ଭିତରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ। ଏବେ ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଦେବାକୁ ପ୍ରସ୍ତୁତି କରାଯାଉଛି। ଏହାପୂର୍ବରୁ ଅନୁସନ୍ଧାନକାରୀ ପ୍ରଥମେ ସ୍ବେଚ୍ଚାକୃତଙ୍କ ରକ୍ତ ନମୂନା ସଂଗ୍ରହ କରୁଛନ୍ତି। କାରଣ ଏହି ରକ୍ତ ନମୂନା ଯାଞ୍ଚ ଦ୍ୱାରା ପ୍ରତିରୋଧକ ପରୀକ୍ଷଣ କରାଯିବ।

Share