Categories: ଜାତୀୟ

ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ, ୧୨ା୫: ଦିଲ୍ଲୀରେ ଟିକା ଅଭାବ ଦେଖାଦେଇଥିବାବେଳେ କୋଭାକ୍ସିନ ଯୋଗାଇବାକୁ ମନା କରିଦେଇଛି ଭାରତ ବାୟୋଟେକ୍‌। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତ ବାୟୋଟେକ୍‌ ଏଭଳି କରିଥିବା ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ।

କୋଭାକ୍ସିନ ଓ କୋଭିଶିଲ୍ଡର ୬୭ ଲକ୍ଷ ଲେଖାଏ ମୋଟ ୧.୩୪ କୋଟି ଡୋଜ ପାଇଁ ଅର୍ଡର ଦେଇଥିଲା ଦିଲ୍ଲୀ। କିନ୍ତୁ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କୁ ଟିକା ଯୋଗାଇ ପାରିବ ନାହିଁ ବୋଲି ଭାରତ ବାୟୋଟେକ୍‌ ପ୍ରକାଶ କରିଛି। ଏଥି ନେଇ ଟିକା ପ୍ରସ୍ତୁତିକାରୀ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଟିକା ଅଭାବରୁ ଦିଲ୍ଲୀରେ ଶହ ଶହ ଟିକାକରଣ କେନ୍ଦ୍ର ବନ୍ଦ କରାଯାଇଥିବା ସିସୋଦିଆ କହିଛନ୍ତି। ଟିକାର ସମସ୍ତ ରପ୍ତାନିକୁ ବନ୍ଦ କରି କମ୍ପାନୀକୁ ଅଧିକ ମାତ୍ରାରେ ଟିକା ଉତ୍ପାଦନ ପାଇଁ ଅନୁମତି ଦେବାକୁ କେନ୍ଦ୍ର ନିକଟରେ ଦିଲ୍ଲୀ ସରକାର ଅନୁରୋଧ କରିଛନ୍ତି।

Share