୧୫-୧୮ ବର୍ଷ ବୟସର କିଶୋରଙ୍କୁ ଦିଆଯାଉ କେବଳ କୋଭାକ୍ସିନ: ଭାରତ ବାୟୋଟେକ

ହାଇଦ୍ରାବାଦ,୮ ।୧: ହାଇଦ୍ରାବାଦର ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଶୁକ୍ରବାର କହିଥିଲା କି ଦେଖାଯାଉଛି ୧୫-୧୮ ବର୍ଷ ବୟସର କିଶୋରଙ୍କୁ କୋଭାକ୍ସିନ ବ୍ୟତୀତ କରୋନାର ଅନ୍ୟ ଟିକା ଦିଆଯାଉଛି । ସେଥିପାଇଁ ଭାରତ ବାୟୋଟେକ ହେଲ୍‌ଥ କେୟାର ୱାର୍କର୍ସଙ୍କୁ ଅନୁରୋଧ କରିଛନ୍ତି କିଶୋରମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯାଉ । କାରଣ ୧୫-୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ କେବଳ କୋଭାକ୍ସିନକୁ ମାନ୍ୟତା ବା ମଞ୍ଜୁରୀ ମିଳିଛି । ଏହା ପୂର୍ବରୁ ଭାରତ ବାୟୋଟେକ ସିଏମ୍‌ଡି ଡା. କୃଷ୍ଣା ଇଲ୍ଲା ଏବଂ ଡା. ସୁଚିତ୍ରା ଇଲ୍ଲାଙ୍କ ପକ୍ଷରୁ ଭାରତ ବାୟୋଟେକର ଅଫିସିୟାଲ ୱେବସାଇଟରେ ଏକ ରିପୋର୍ଟ ପୋଷ୍ଟ କରି ସୂଚନା ଦେଇଥିଲା କି କିଶୋରଙ୍କୁ ୫୦୦ ଏମ୍‌ଜିର ଟାବଲେଟ ଦିନକୁ ୩ ଥର ୩ ଦିନ ପାଇଁ ଦିଆଯାଉଛି । ୩୦ ହଜାର ପିଲାଙ୍କ ଉପରେ ଏହା ପରୀକ୍ଷା କରାଯିବା ପରେ ସେମାନଙ୍କ ନିକଟରେ ସାମାନ୍ୟ ଶରୀର ପୀଡ଼ା ଓ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଭଳି ଲକ୍ଷଣ ଦେଖାଯାଉଛି । ଏହାକୁ ନେଇ ଭାରତ ବାୟୋଟେକ କହିଛି କରୋନା ରୋଧି ଅନ୍ୟ ଭ୍ୟାକ୍ସିନରେ ପାରାସିଟାମଲର ଆବଶ୍ୟକତା ରହିଛି ଯାହା କୋଭାକ୍ସିନରେ ନାହିଁ ।

Share