Categories: ଜାତୀୟ

ପାଠ୍ୟପୁସ୍ତକରେ ଉଭୟ ଭାରତ ଓ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯିବ: ଏନ୍‌ସିଇଆର୍‌ଟି

ନୂଆଦିଲ୍ଲୀ,୧୭।୬: ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ପାଠ୍ୟପୁସ୍ତକଗୁଡ଼ିକରେ ଦେଶର ନାଁ ଉଭୟ ଭାରତ ଏବଂ ଇଣ୍ଡିଆ ବ୍ୟବହାର କରାଯିବ। ଏନ୍‌ସିଇଆର୍‌ଟି ଅଧ୍ୟକ୍ଷ ଦୀନେଶ ପ୍ରସାଦ ସାକ୍‌ଲାନି ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି।

ସବୁ ଶ୍ରେଣୀର ପାଠ୍ୟପୁସ୍ତକଗୁଡ଼ିକରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ବେଳେ ଦୀନେଶଙ୍କ ଉପରୋକ୍ତ ମନ୍ତବ୍ୟ ଉଲ୍ଲେଖନୀୟ। ବହିରେ ଉଭୟ ଭାରତ ଓ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯିବ। କୌଣସି ଶବ୍ଦକୁ କାଉନସିଲ୍‌ର ବିରୋଧ ନାହିଁ ବୋଲି ଏନ୍‌ସିଇଆର୍‌ଟି ଅଧ୍ୟକ୍ଷ ସ୍ପଷ୍ଟ କରିଦେଇଛନ୍ତି। ଦେଶର ସମ୍ବିଧାନ ଉଭୟ ନାଁକୁ ସ୍ବୀକୃତି ଦେଇଛି। ଆମକୁ ଏହା ବଜାୟ ରଖିବାକୁ ହେବ। ଉଭୟ ଭାରତ ଓ ଇଣ୍ଡିଆ ବ୍ୟବହାର କରିବାରେ ସମସ୍ୟା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।

Share