Categories: ଜାତୀୟ

ଭାରତକୁ ନେଇ ମହାଭାରତ: ଅଧିକାରୀଙ୍କ ଆଇ କାର୍ଡରେ ଲେଖାଗଲା ‘ଅଫିସରର୍ସ ଅଫ୍‌ ଭାରତ’

ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ଦେଶରେ ମହାଭାରତ ଦେଖାଯାଇଛି। ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦର ପ୍ରୟୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରଥମେ ଜି-୨୦ ରାତ୍ରୀଭୋଜିର ନିମନ୍ତ୍ରଣ କାର୍ଡରେ ଇଣ୍ଡିଆ ବଦଳରେ ଭାରତ ଶବ୍ଦ ବ୍ୟବହୃତ ହୋଇଥିବାବେଳେ ଏହାପରେ ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ ଦ ପ୍ରାଇମ ମିନିଷ୍ଟର ଅଫ୍‌ ଭାରତ ଲେଖାଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ସମସ୍ତ ଭାରତୀୟ ପ୍ରତିନିଧୀ ଏବଂ ଅମଲାତନ୍ତ୍ରଙ୍କ ପରିଚୟ ପତ୍ରରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ବୈଠକରେ ଯୋଗଦେଇଥିବା ଅଧିକାରୀଙ୍କ ପରିଚୟ ପତ୍ରରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଛି। ଜି -୨୦ ଇଭେଣ୍ଟର ନିମନ୍ତ୍ରଣ ପତ୍ର ସହିତ ପରିଚୟ ପତ୍ରରେ ମଧ୍ୟ ଇଣ୍ଡିଆର ଅଧିକାରୀଙ୍କ ବଦଳରେ ଭାରତର ଅଧିକାରୀ ଲେଖାଯାଇଛି। ଏଥି ସହିତ ବିଦେଶୀ ପ୍ରତିନିଧୀଙ୍କୁ ଦିଆଯାଇଥିବା ଜି -୨୦ ବୁକଲେଟରେ ଭାରତ ଶବ୍ଦ ବ୍ୟବହୃତ ହୋଇଛି।

Share